ଛତ୍ରପୁରରେ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ

ଛତ୍ରପୁର (ଯୁଗାଦ୍ଦ ନ୍ୟୁଜ): ଛତ୍ରପୁର କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ଅପରବସଷ୍ଟାଣ୍ଡରେ ଥିବା ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବଗାନ୍ଧୀଙ୍କ ପ୍ରତିମୃତ୍ତି ନିକଟରେ ନଗର କଂଗ୍ରେସ ର ସଭାପତି ଜଲାଲ ଖାଁ ଙ୍କ ଅଧ୍ୟକ୍ଷତାରେ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭ ରେ ଉପସ୍ଥିତ ନେତା ଓ କର୍ମୀମାନେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂତ୍ତିର୍ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ତାଙ୍କ ଉଦ୍ଧେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତି ସଭାରେ ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା , କଂଗ୍ରେସ ନେତା ଗଣପତି ବାରିକ , ନଗର କଂଗ୍ରେସ ସଭାପତି ଜଲାଲ ଖାନ୍ , ଇଜୁ ଆମିନ୍ ଖାନ୍ , ସମାଜସେବୀ ଭାଗିରଥି ବେହେରା , ବଳିଆ ବେହେରା ,ପୃଵର୍ତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ , ଅଭିଷେକ ପଟ୍ଟନାୟକ , ରାଜୁ ରେଡି , ରଂଜନ , ମହେଶ କୁମାର ଗୌଡ଼ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗାନ୍ଧୀଙ୍କ ଗୁଣଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ