ତହସିଲ ଅଫିସ ଆଗରେ ଧାରଣା ଦେଲେ ଚାଷୀ

କଳାହାଣ୍ଡି:ପୁଣି ଆନ୍ଦୋଳନ ରେ ଚାଷୀ l ମଣ୍ଡି ରୁ ଧାନ ନ ଉଠିବା ଓ ଅଦିନିଆ ବର୍ଷା ରେ ଧାନ ଭିଜି ଗଜା ହେବା କୁ ନେଇ ଆନ୍ଦୋଳନ କୁ ଓହ୍ଲାଇଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡେଙ୍ଗାଗୁଡା ମଣ୍ଡି ର ଚାଷୀ ଚାଷୀ ନେତା ଦିଗାମ୍ବର ଦୁରୀଆ ଙ୍କ ନେତୃତ୍ୱ ରେ ଆଜି କୋକସରା ତହସିଲ କାର୍ଯ୍ୟାଳୟ ଆଗରେ ତାଲା ପକାଇ ଧାରଣା ରେ ବସିଛନ୍ତି l ଏଠାରେ ସୂଚନାଯୋଗ୍ୟ ଯେ ଡେଙ୍ଗାଗୁଡା ମଣ୍ଡି ର ୧୩୦ ଜଣ ଚାଷୀ ଙ୍କ ଟୋକନ ପଞ୍ଜିକରଣ ପରେ ମଧ୍ୟ ଉଭାନ ଯୋଗୁଁ ମଣ୍ଡି ରେ ଧାନ ବିକ୍ରି କରି ପାରୀ ନ ଥିଲେ ଓ ହଠାତ୍ ମଣ୍ଡି ବନ୍ଦ ହୋଇ ଯାଇ ଥିଲା ବର୍ତ୍ତମାନ ଏବେ ପାଖ ପାଖି ୫୦୦୦ କୁଇଣ୍ଟାଲ ଧାନ ପଡି ରହି ବର୍ଷା ଯୋଗୁଁ ଭିଜୁଛି ସରକାର ତୁରନ୍ତ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଧାନ ନ ଉଠାଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ଅନ୍ୟପଟେ କୋକସରା ତହସିଲଦାର ମୌସମୀ ନାୟକ ପହଞ୍ଚି ଚାଷୀ ନେତା ଓ ଚାଷୀ ଙ୍କ ସହ ଆଲୋଚନା କରି ପ୍ରଶାସନ କୁ ଜଣାଇ ଶିଘ୍ର ଚାଷୀ ଙ୍କ ଧାନ ଉଠାଣ କରିବାକୁ ପ୍ରତିଶୃତି ଦେବା ପରେ ଚାଷୀ ଆନ୍ଦୋଳନ ରୁ ଓହରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ