କୋଦଳାରେ ୧୪ ଦଣ୍ଡ ମହାମିଳନ ପାଇଁ ପ୍ରସ୍ତୁତି ବୈଠକ
କୋଦଳା:ଗଞ୍ଜାମ ଜିଲ୍ଲାରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ମା କାଳୀଙ୍କ ଦଣ୍ଡଯାତ୍ରା ବେଶ ଧୁମଧାମରେ ପାଳନ ହେଉଅଛି l କୋଦଳା ଗ୍ରାମରେ ୧୪ ଦଣ୍ଡ ଯାତ୍ରା ମହାମିଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମା ହନୁମନ୍ତ ନାରାୟଣୀ ମନ୍ଦିର ପରିସରରେ ବୈଠକ ହୋଇଥିବା ବେଳେ ଆଜି ଦିବା ୧୧.୦୦ଘଣ୍ଟ ସମୟରେ ମାଙ୍କ ଶୁଭଖୁଣ୍ଟି ନିମନ୍ତେ ଏକ ବିଶାଳ ପଟୁଆରରେ ବାଦ୍ୟ, ବାଜଣାରେ ଶ୍ରୀ ଦଣ୍ଡିସ୍ୱର ମନ୍ଦିର ଓ ବିଭିନ୍ନ ସାହି ମଧ୍ୟରେ ପରିକ୍ରମା କରିଥିଲେ l ଶେଷରେ ମା କାଳୀଙ୍କ ମିଳନ ପଡିଆ ଡାକବଙ୍ଗଳା ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ୦୭.୦୪.୨୦ ରିଖରେ ଗ୍ରାମରେ ୧୪ ଦଣ୍ଡଯାତ୍ରା ମହାମିଳନ ଅନୁଷ୍ଠିତ ହେବାକୁ ବୋୖଠକରେ ନିଷ୍ପତି ନେଇଥିଲେ l ଏହି ଯାତ୍ରା ଶାନ୍ତି ଶୃଙ୍ଖଳା ବଜାୟ ରହିବା ପାଇଁ କମିଟି ପକ୍ଷରୁ କୁହାଯାଇଛି l ଦଣ୍ଡଯାତ୍ରା ସଭାପତି ଇ.ବାନାର୍ଜୀ ପାତ୍ର, ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ଉପସଭାପତି ସିମାଞ୍ଚଳ ନାୟକ, ସହ ସମ୍ପାଦକ ସତୀଶ ଆଚାରି, କୋଷାଧକ୍ଷ ମନୋରଞ୍ଜନ ଡାକୁଆ, ବାବୁ ଆଚାରି, ଖଗେଶ୍ୱର ପ୍ରଧାନ, ଟିଟୁ ପଣ୍ଡା, ରଶ୍ମି ପଣ୍ଡା, ଭାସ୍କର ସାହୁ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ l