ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିପଡିଲେ ଚାରିଜଣ ଆତଙ୍କବାଦୀ

ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସକାଳ ପ୍ରାୟ ୧୦.୪୦ ସମୟରେ ଦୟାଲଗାମ ଜନବସତି ଅଞ୍ଚଳରେ ହୋଇଥିବା ନେଇ ଜଣେ ସିଆରପିଏଫ ଅଧିକାରୀ କହିଥିଲେ।
ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ଜାମ୍ମୁ କାଶ୍ମୀର ପୋଲିସ୍, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ସେନାର ସୁରକ୍ଷା କର୍ମୀଙ୍କ ଏକ ଟିମ୍ ରାତିରେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଯାହାଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାପରେ ତୁରନ୍ତ ଭାରତୀୟ ଜବାନମାନେ ପାଲଟା ଆକ୍ରମଣକରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଅପରେସନ୍ ପରେ ଚାରିଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।” ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥାନରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ