ନ୍ୟାୟ ଦେବା ପରିବର୍ତ୍ତେ ମହିଳାଙ୍କୁ ଦୁର୍ବ୍ୟବହାର
ବନ୍ତ, ଯୁଗାଦ୍ଧ ନ୍ୟୁଜ୍) : ରାମକୃଷ୍ଣପୁର ଗ୍ରାମର ଜନୈକ ମହିଳାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଓ ୫-ଟି କମିଶନରଙ୍କ ଠାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୧୧ ତାରିଖରେ ସଂପୃକ୍ତ ମହିଳାଙ୍କୁ କେନ୍ଦୁଆପଦା ଫାଣ୍ଡି ଅଧିକାରୀଙ୍କ ଜରିଆରେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଡକାଯାଇଥିଲା । ସେଠାରେ ମହିଳାଙ୍କୁ ଦୁର୍ବ୍ୟବହାର କରାଯିବା ସହିତ ଶ୍ୱଶୁ୍ର ଘରେ କାହିଁକି ରହୁଛ, ସେଠାରୁ ପଳାଇ ଯାଉନ କାହିଁକି ବୋଲି କୁହାଯାଇଥିଲା । ସଂପୃକ୍ତ ମହିଳା ଜଣକ ଭଦ୍ରକ ଅଦାଲତରେ ଡି.ଭି କ୍ରିମିନାଲ ଅପିଲ ନଂ-୩/୨୦ ମୂଳେ ଏକ ଅଭିଯୋଗ ଆଗତ କରିଥିବା ବେଳେ ତାହା ବିଚାରାଧିନ ରହିଛି । ଏପରିସ୍ଥଳେ ତାଙ୍କ ସ୍ୱାମୀ ତାଙ୍କୁ ଶ୍ୱଶୁର ଘରୁ ବାହାର କରିଦେବା ପାଇଁ ଯୋଜନା କରୁଛନ୍ତି । ସେହିପରି ସଂପୃକ୍ତ ମହିଳା ଜଣକ ସ୍ୱାମୀ ଓ ଶ୍ୱଶୁର ଘର ବିରୁଦ୍ଧରେ ଥାନାରେ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି । ଫଳରେ ଥାନା ପକ୍ଷରୁ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ନାନାଦି ଧମକ ଦିଆଯାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।


