ସାରା ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୮,୯୬୯
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଚୀନ୍ରୁ ବୁହାନ ସହରରୁ ଏହା ବ୍ୟାପି ଆଜି ବିଶ୍ବର ୧୭୬ଟି ଦେଶରେ ପହଞ୍ଚିଛି। ଚୀନ୍ ପରେ ଏହା ଇଟାଲୀ, ଇରାନ୍ ଓ ସ୍ବେନ୍ର ବିଶେଷ ଭାବରେ ବ୍ୟାପି ଚାଲିଛି। ଏହି ରୋଗରେ ସାରା ବିଶ୍ବରେ ମୃତକଙ୍କ ସଂଖ୍ୟା ୮,୯୬୯ ରହିଛି। ସାରା ବିଶ୍ବରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୩୪୫ ରହିଥିବାବେଳେ ଏହି ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି ୮୫,୭୪୫। ତେବେ ଚୀନ୍ରେ ଏହି ଭୟଙ୍କର ରୋଗ ଟିକେ ନିୟନ୍ତ୍ରଣକୁ ଆସିଥିବାବେଳେ ଇଟାଲୀରେ ଏହା ବେଶ୍ ଆତଙ୍କ ସୃଷ୍ଟି କରିଛି । ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୪୭୫ ଜଣ ମୃତ୍ୟୁବରଣ କରିଛନ୍ତି ।


