ଆମେଠିରେ ବିଜେପି ନେତାଙ୍କୁ ହତ୍ୟା
ଆମେଠି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ସମୟରେ ସ୍ମୃତି ଇରାନୀଙ୍କ ସାରଥି ସାଜିଥିବା ବିଜେପି ନେତା ତଥା ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସେ ଶନିବାର ରାତିରେ ଶୋଇଥିବା ବେଳେ ତାଙ୍କୁ କେହି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛି । ଏହି ଘଟଣାରେ ପୋଲିସ କିଛି ସନ୍ଧିଗ୍ଧ ଙ୍କୁ ଅଟକ ରଖି ପଚାରା ଉଚାରା ଜାରୀ ରଖିଛି । ସ୍ମୁତି ଇରାନୀ ଏହି ଦୁଖଦ ଖବର ଶୁଣୀ ଦିଲ୍ଲୀରୁ ଆମେଠି ଯାତ୍ରା କରିଥିଲେ । ସେଠାରେ ପହଞ୍ଚି ସୁରେନ୍ଦ୍ର ସିଂହ ଙ୍କ ଅନ୍ତେଷ୍ଟିୟକ୍ରିୟାରେ ଯୋଗ ଦେବେ । ସୁରେନ୍ଦ୍ରଙ୍କ ପୁଅ କହିଛନ୍ତିି ସ୍ମୁତି ଇରାନୀଙ୍କ ସହ ପିତା ଙ୍କର ବହୁ ଘନିଷ୍ଠ ଥିଲେ । ଲୋକସଭା ନିର୍ବାଚନ ବେଳେ ସେ କଂଗ୍ରେସ ପ୍ରଚାର କାର୍ଯ୍ୟରେ ସହଯୋଗ କରିନଥିଲେ । ଏହା ସହ ତାଙ୍କର ଇଚ୍ଛା ନଥିଲା । ତେଣୁ କଂଗ୍ରେସ ର କିଛି ନେତା ତାଙ୍କୁ ହତ୍ୟା ପାରନ୍ତି ବୋଲି ସନ୍ଦେହ କରିଛନ୍ତି ।


