କରୋନା ସଚେତନତା କାର୍ଯ୍ୟକ୍ରମ

ନାଉଗାଁ :ସାରା ବିଶ୍ୱକୁ କରୋନା ଭୂତାଣୁର ଚିନ୍ତା ଘାରିଛି । ସଚେତନ ଆଉ ପରିଷ୍କାର ଦ୍ୱାରା ଏହି ମହାମାରୀ କବଳରୁ ରକ୍ଷା ପାଇ ପାରିବା ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରୁଛନ୍ତି । ନାଉଗାଁ ବ୍ଲକର ସ୍ୱେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସଂପାଦକ ପ୍ରସନ୍ନଜିତ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ନିରଂଜନ ମହାନ୍ତି, ହିମାଂଶୁ କୁମାର ଲେଙ୍କା, ତ୍ରୀଲୋଚନ ପାଢୀ, ସାମ୍ବାଦିକ ଦେବଜ୍ୟୋତି ମହାନ୍ତି, ଅକ୍ଷୟ କୁମାର ରାଉତ, ବୁଲାକି ସେଠୀ, କମ୍ରେଡ ସୁବାସ ସ୍ୱାଇଁ ,ନାରାୟଣ ସାହୁ,ତପନ ବେହୁରା ପ୍ରମୁଖ ସାମିଲ ହୋଇ ଲିପ୍‌ଲେଟ୍‌,ସାବୁନ ଓ ହ୍ୟାଣ୍ଡୱାସ୍ ବଂଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ତହସିଲଦାର ଜେ. କଳ୍ପନା, ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରେଖା ମଲ୍ଲିକ, ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଂଗ୍ରାମ ମହାନ୍ତିଙ୍କୁ ଭେଟି କରୋନା ସଚେତନତା ବାର୍ତା ଦେଇଥିଲେ । ଏହାପରେ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଂଚାୟତର ଆଦିବାସୀ ବସ୍ତିରେ କରୋନା ସଚେତନତା ବାର୍ତା ସହ କିଭଳି ଭାବରେ ସେମାନେ ସୁସ୍ଥ ଓ ପରିଷ୍କାର ରହିବେ ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ସେହିପରି ଭାବରେ ନାଉଗାଁ ତଥା ବ୍ଲକଛକର ହୋଟେଲ୍ ଏବଂ ଜଳଖିଆ ଦୋକନ ମାନଙ୍କରେ ସାବୁନ ଓ ଲିପ୍‌ଲେଟ୍ ଦେଇ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ