ସାମାଜିକ ଦୂରତାରକ୍ଷାକୁ ଗୁରୁତ୍ୱ ଗୋଲେଇ ଭିତରେ ଠିଆହେବାକୁ ପଡ଼ିବ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସାରା ବିଶ୍ୱରେ ମହାମାରୀ ରୁପ ନେବା ସହ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ସାରା ଭାରତ ଲୋକ୍‌ଡ଼ାଉନ ଘୋଷଣା କରିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୁର୍ଣ୍ଣ ସମର୍ଥନ ଜଣାଇବା ପରେ ସାରା ଓଡ଼ିଶରେ ମଧ୍ୟ ଲକଡ଼ାଉପନ ଘୋଷଣା କରାଯାଇଛି । ଏହି ପରିପେକ୍ଷୀରେ ହିଂଜିଳିକାଟୁ ସହରରେ କଡ଼ାକଡ଼ି ହୋଇଛି ସାମାଜିକ ଦୂରତା ନିୟମ । ସରକାରଙ୍କ ପକ୍ଷରୁ କିଛି ଦିନ ହେବ ସାମାଜିକ ଦୂରତ୍ୱ ନିୟମ ଲାଗୁ କରାଯାଇଥିଲେ ମଧ୍ୟ ଜନସାଧାରଣ ଏହାକୁ ମାନୁନଥିଲେ । ସହରର ଲକ୍ଷ୍ମୀ ବଜାର ସ୍ଥିତ ଗ୍ରୋସେରୀ ଦୋକାନ ସମେତ ଫଳ ଓ ପନିପରିବା ବଜାରରେ ଭିଡ଼ ଜମାଉଛନ୍ତି । ଲୋକଙ୍କ ବହୁତ ଭିଡ଼ ହେଉଥିବାରୁ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସାମାଜିକ ଦୂରତ୍ୱକୁ ଯେତେ ଗୁରୁତ୍ୱ ଦେଲେ ମଧ୍ୟ କୌଣସି ପ୍ରକାର ସଫଳତା ମିଳୁ ପାରୁନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପାୟ ବାହାର କରାଯାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ପରିବା ବଜାରରେ ଧଳା ରଙ୍ଗର ଗୋଲେଇ ଟଣାଯାଇଛି । ପ୍ରତ୍ୟେକ ଗୋଲେଇ ଅନ୍ୟ ଏକ ଗୋଲେଇ ମଧ୍ୟରେ ଏକ ମିଟର ଦୂରତା ରଖାଯାଇଛି । ଗ୍ରାହକ ମାନେ ପରିବା ବଜାରକୁ ବଜାର ସଉଦା କରିବାକୁ ଆସିଲେ ଶୃଙ୍ଖଳିତ ଭାବେ ସେହି ଗୋଲେଇ ମଧ୍ୟରେ ଠିଆ ହୋଇ ଜଣକ ପରେ ଜଣେ ବଜାର ସଉଦା କରି ଫେରିପାରିବେ ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ଗୁରୁବାର ଏହାର ପ୍ରତିଫଳନ ସ୍ଥାନୀୟ ପରିବା ବଜାରରେ ଦେଖିବାକୁ ମିଳିଛି । ଆଗାମୀ ଦିନରେ ସ୍ଥାନୀୟ ପୌରାଂଚଳର ଲକ୍ଷ୍ମୀ ବଜାର ପରିସରରେ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ପାଳନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ