ହିଞ୍ଜିଳି ଥାନା ଅଂଚଳରେ ନିଜାମୁଦ୍ଦିନ ଫେରନ୍ତା ୨ ଯୁବକ
ଭୟଭୀତ ନହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଲେ ତହସିଲଦାର
ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳି ଥାନା ଅଂଚଳର କିଛି ମୁସଲିମ ସମ୍ପ୍ରଦାୟର ଯୁବକ ଫେବୃୟାରୀ ୨୮ ତାରିଖ ଠାରୁ ଗ୍ରାମରେ ଅନୁପସ୍ଥିତ ରହିବା ପରେ ସଂପୃକ୍ତ ଗ୍ରାମର ୨ ଯୁବକ ଗୁରୁବାର ଗ୍ରାମକୁ ଫେରିଥିଲେ । ୨ ଯୁବକ ଗ୍ରାମକୁ ଫେରିବା ପରେ ଗ୍ରାମରେ କରୋନା ସଂକ୍ରମଣ ଆତଙ୍କ ଖେଳିଯାଇଥିଲା । ଖବର ପାଇ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସଂପୃକ୍ତ ଗ୍ରାମରେ ପଂହଚି ସଂପୃକ୍ତ ୨ ଯୁବକଙ୍କୁ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ କରିଥିଲେ । ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଅନୁଷ୍ଠିତ ହୋଇଥିବା ତାବାଲାଗି ଜମାତ (ଧର୍ମସଭା)ସମ୍ମିଳନୀରେ ଯୋଗଦେଇ ଫେରିଥିବା ବହୁ ବ୍ୟକ୍ତି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ସମ୍ମିଳନୀରେ ଅଂଶଗ୍ରହଣ କରି ଶହେରୁ ଉର୍ଦ୍ଧ୍ୱ ଓଡ଼ିଶାକୁ ଫେରିଥିବା ସୂଚନା ମଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ତହସିଲଦାର ଗୋପିନାଥ କୁଅଁର ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପଂହଚି ସଂପୃକ୍ତ ୨ ଯୁବକଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ସମୟରେ ୨ ଯୁବକ ନିଜାମୁଦ୍ଦିନ ଠାରେ ଅନୁଷ୍ଠିତ ହୋଇଥିବା ତାବାଲାଗି ଜମାତ (ଧର୍ମସଭା)ସମ୍ମିଳନୀରେ ଯୋଗଦେବା ପରେ ପରବର୍ତି ସମୟରେ ଓଡ଼ିଶାର ଯାଜପୁର ନିକଟସ୍ଥ ଅଂଚଳରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ଯୋଗଦେଇ ଥିଲେ ଏବଂ ଗତ ୧ ତାରିଖରେ ବାଲୁଗାଁରେ ପଂହଚିବା ପରେ ଏକ ବୋଲେର ଗାଡ଼ି ସହାୟତାରେ ଗୁରୁବାର ଗ୍ରାମକୁ ପେରିଥିଲେ ବୋଲି ସଂପୃକ୍ତ ୨ ଯୁବକ, ତହସିଲଦାର କୁଅଁରଙ୍କୁ କହିଥିଲେ । ଏ ନେଇ ତହସିଲଦାର କୁଅଁର, ଗଂଜାମ ଜିଲ୍ଲାପାଳଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । ସଂପୃକ୍ତ ୨ ଯୁବକଙ୍କୁ ହୋମ କରେଟାଂଇନରେ ରହିବାକୁ ପରାମର୍ଶ ଦିଆଯିବା ସହ ସଂପୃକ୍ତ ଗ୍ରାମ୍ୟ କମିଟିଙ୍କୁ ନିଜାମୁଦ୍ଦିନ ଫେରନ୍ତା ୨ ଯୁବକଙ୍କୁ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ଅନୁରୋଧ କରିଥିଲେ ଏବଂ ଭୟଭୀତ ନହେବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେିଥିଲେ । ପ୍ରକାଶ ଥାଉକି, କରୋନାେ ସଂକ୍ରମଣକୁ ଆଖି ଆଗରେ ରଖି ଗତ ୨୩ ତାରିଖ ଠାରୁ ସାରା ଭାରତ ବର୍ଷରେ ଲକଡ଼ାଉନ ଘୋଷଣା କରାଯାିଥିବା ବେଳେ ବୋଲେରଗାଡ଼ି ସହାୟତାରେ କିପରି ଗ୍ରାମକୁ ଫେରିଲେ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଘଟଣା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି ।


