କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଲକଡାଉନ କଡାକଡି କରାଯାଇଛି

କଳାହାଣ୍ଡି:ଲକଡାଉନ ଆଜି ୧୧ ଦିନ ହୋଇଥିବା ବେଳେ ଏହି ଆଇନ କୁ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ କଡାକଡି କରାଯାଇଛି । ବିଭିନ୍ନ ଛକ ମାନଙ୍କରେ ପୁଲିସ ଚେକିଙ୍ଗ କରାଯାଇଛି । ନିତ୍ୟ ବ୍ୟବହାର୍ଯ୍ ଜିନିଷ ପତ୍ର କିଣାକିଣି ସମୟକୁ ସକାଳ ୭ ରୁ ୧୦ଟା ଓ ସଂଧ୍ୟା ୩ରୁ ୭ଟା ପରିବର୍ତ୍ତେ କେବଳ ସକାଳ ୬ଟା ରୁ ୧୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରା ଯିବା ସହ ଭାବନୀପାଟଣା ସହରରେ ବର୍ତ୍ତମାନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଦୁଇ ଚକିଆ କିମ୍ବା ଚାରି ଯାନ ବ୍ୟବହାର ନ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଡାକ ବାଜି ଯନ୍ତ୍ର ସାହାର୍ଯ୍ୟ କେବଳ ସ୍ୱାସ୍ଥ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗାଡି ଗୁଡିକୁ ଯିବ ପାଇଁ ଅନୁମତି ଦିଆଯିବ ଏବଂ ଆଇନ ଉଲଂଘନ କଲେ ଗାଡି ଗୁଡିକୁ ସିଜ଼ କରାଯିବ ବୋଲି ଲୋକଙ୍କୁ ଜଣାଇ ଦିଆଯାଉଛି । ଅନେକ ଲୋକ ଏବେ ସାଇକେଲ କିମ୍ବା ଚାଲି ଚାଲି ଆସି ସାମାଜିକ ଦୂରତ୍ୱ ବଜାଇ ରଖି ଜିନିଷପତ୍ର କିଣିବା ଦେଖିବାକୁ ମିଳିଛି । ଜିଲ୍ଲା ର ବିଭିନ୍ନ ଗାଁ ମାନଙ୍କରେ ମଧ୍ୟ ର ପ୍ରଭାବ ଦେଖିବାକୁ ମିଳିଛି । ଗାଁର ଲୋକମାନେ ମଧ୍ୟ ଗାଁ କୁ ଯିବା ରାସ୍ତାରେ ବାଡ଼ ପକାଇ ଗାଁକୁ ବାହାର ଲୋକଙ୍କୁ ଯିବାକୁ ନ ଦେବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ