ଘର ଘର ବୁଲି ସଚେତନ କରି ସାବୁନ ବାଣ୍ଟିଲେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ

କଳାହାଣ୍ଡି:ସମଗ୍ର ଦେଶରେ କରୋନା ଭାଇରସ କୁ ନେଇ ଲୋକେ ଆତଙ୍କିତ ରହୁଥିବା ବେଳେ ରାସ୍ତାଘାଟ ବନ୍ଦ ହେବା ସହ ଲୋକଙ୍କୁ ଘରେ ରହିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୧ ଦିନର ଲକ୍ ଡାଉନ ଘୋଷଣା କରିଛନ୍ତିlତେବେ ଅନେକ ସ୍ଥାନରେ ଲୋକେ କରୋନାକୁ ନେଇ ସଚେତେନା କରୁଥିବା ର ଦେଖିବାକୁ ମିଳିଥିବା ବେଳେ କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ସ୍ଥିତ କଣ୍ଡରେଇ ଗାଁରେ ମଧ୍ୟ ସତେଚନତା କରୁଛନ୍ତି ଏଚ୍ ଏସ୍ ଜି ମହିଳା ମାନେ l ଏହି ଗାଁରେ ଥିବା ୧୮ ଟି ସ୍ବୟଂ ସହାୟକ ଗୋଷ୍ଠି ତଥା ଧରିତ୍ରୀ,ବସ୍ତ୍ରେଣୀ,ଜାନକି,ମାଁ କୁଶଲେଶ୍ବରୀ,ତାରୀଣୀ,ମାଁ ଗୌରୀ ହରିପ୍ରିୟା,ଗାୟତ୍ରୀ ସେହିପରି ଗୌନ୍ତିଆ ପଡା ର ମାଁ ଲକ୍ଷ୍ମି, ମାଁ ସିବାନୀ,ମାଁ ସିଂହ ବାହିନୀ,ଚୋକାଡୋଲା,ମାଁ ସ୍ବରସତୀ,ମାଁ ବୃନ୍ଦାବତୀ,ତୁଲସୀ,ମାଁ ମଙ୍ଗଳା,ମାଁ ଗଜ ବାହିନୀ ଓ ମାଁ ସନ୍ତୋଷୀ ସ୍ବୟଂ ସହାୟକ ଗୋଷ୍ଠିର ମହିଳା ମାନେ ଘର ଘର ବୁଲି ଲୋକଙ୍କୁ ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରିଥିବା ସହ ଲୋଙ୍କୁ କରୋନା ଭାଇରସ ଉପରେ ସଚେତନ କରାଇଥିଲେ lଏବଂ କରୋନା କବଳରୁ କେମିତି ପରିବାର କୁ ଦୁରେଇ ରଖିବା ସହ ବାହାରକୁ ନ ବାହାରିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନତା କରାଇଥିଲେ l ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ଏଭଳି କାମ କୁ ନେଇ ଗ୍ରାମ ର ବୁଦ୍ଧିଜୀବୀ ମହଲରେ ପ୍ରଶଂସା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ