ପଞ୍ଚାୟତ ମହାସଂଘ ପକ୍ଷରୁ ଖୋଲିଲା ଖାଉଟି ମାନଙ୍କ ପାଇଁ ବିକ୍ରୟ କେନ୍ଦ୍ର

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ଯାଉଛି । ଏସମସ୍ତ ଦୋକାନାରୁ ଖାଉଟି ମାନେ ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ କିଣୁ ଥିବାର ଦେଖାଯାଇଛି । ସେହିପରି ଖାଉଟି ମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଶୁଖିଲା ରାସନ୍ ଓ ପନିପରିବା ଯୋଗାଇ ଦେବା ନେଇ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ମହିଳା ମହାସଂଘ ମାନଙ୍କୁ ଦାୟୀତ୍ୱ ପ୍ରଦାନ କରିଛନ୍ତି । ବନ୍ତ ବ୍ଲକରେ ୨ଟି ମହିଳା ମହାସଂଘ ଏହି ଦାୟୀତ୍ୱ ନେଇଥିବା ଜଣାଯାଇଛି । ବନ୍ତ ଠାରେ ଦୁର୍ଗତୀନାଶିନୀ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଓ କାଦବରାଙ୍ଗ ପଞ୍ଚାୟତରେ ବାବା ଧବଳେଶ୍ୱର ପଞ୍ଚାୟତ ମହାସଂଘକୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଛି । କାଦବରାଙ୍ଗ ପଞ୍ଚାୟତରେ ବାବା ଧବଳେଶ୍ୱର ପଞ୍ଚାୟତ ମହାସଂଘର ସମ୍ପାଦିକା କମଳା ମିଶ୍ରଙ୍କ ତତ୍ତ୍ୱାବଧାରେ ବିକ୍ରୟ କେନ୍ଦ୍ର ଖୋଲା ଯାଇ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ, ପିଆଜ, ପନିପରିବା ସମେତ ନିଜେ ପ୍ରସ୍ତୁତ କରୁଥିବା ମାକ୍ସ ବିକ୍ରୟ କରାଯାଉଛି । ସେହିପରି ଉକ୍ତ ମହାସଂଘ ଅଧିନରେ ନିମଗଢିଆ, ଭରସିଂପୁର, କୁସୁନପୁର, ସିରିଡିସାଇ, ତ୍ରିଶକ୍ତି ଆଞ୍ଚଳିକ ମଞ୍ଚ ପକ୍ଷରୁ ବିକ୍ରୟ କେନ୍ଦ୍ର ଖୋଲା ଯାଇ ଖାଉଟି ମାନଙ୍କୁ ଆଳୁ, ପିଆଜ ଯୋଗାଇ ଦିଆଯାଇଛି । ଉପରୋକ୍ତ କେନ୍ଦ୍ର ଗୁଡିକରେ ଅନ୍ନପୂର୍ଣ୍ଣା ଜେନା, ସବିତା ଜେନା, ନମିତା ଖଣ୍ଡା, ସୁଜାତା ପାଳ, ମନୋରମା ଜେନା, ଦମୟନ୍ତୀ ନାୟକ, ମାନସୀ ମଲ୍ଲିକ, ସରସ୍ୱତୀ ମହାପାତ୍ର, ଦମୟନ୍ତୀ ରାଉତ ବିକ୍ରୟ ଦାୟୀତ୍ୱ ତୁଲାଉଛନ୍ତି । ସମସ୍ତ ବିକ୍ରୟ କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରାଯିବା ସହ କରୋନା ସଚେତନତା କରାଯାଉଥିବା ଦେଖାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ