ଲକ୍ଡାଉନ୍ ଉଲଂଘନ ସାମୁହିକ ପ୍ରାର୍ଥନା ବେଳେ ଚର୍ଚ୍ଚରୁ ୮ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାରେ ଲକଡାଉନ୍କୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଏହାକୁ ଉଲଂଘନ କରି ସାମୁହିକ ପ୍ରାର୍ଥନା ଚଳାଇଥିବା ବେଳେ ଏକ ଚର୍ଚ୍ଚରୁ ୮ଜଣ ଗିରଫ ହୋଇଛନ୍ତି । ଘଟଣାଟି ଏହି ଜିଲ୍ଲାର କାଶୀନଗର ଥାନା ଅଞ୍ଚଳର ପାଲମାନଗୁଡା ଚର୍ଚ୍ଚରେ ଘଟିଛି । ଲକଡାଉନ୍କୁ କଡାକଡି ପାଳନ ପାଇଁ ସବୁକିଛି ବନ୍ଦ ଥିବା ବେଳେ ଏହି ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା ଚଳାଇଥିବା ଖବର ପାଇ କାଶୀନଗର ପୋଲିସ ଚଢାଉ କରିଥିଲେ । ପୋଲିସ ଆସୁଥିବା ଦେଖି ସାମୁହିକ ପ୍ରାର୍ଥନାରୁ ୪୦ରୁ ଅଧିକା ଲୋକ ଦୌଡି ପଳାଇ ଯାଇଥିଲେ । ତଥାପି ପୋଲିସ ଏଥିରେ ୮ଜଣଙ୍କୁ ଗିରଫ କରିଥିବା ସୁଚନା ମିଳିଛି । କାଶୀନଗର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ଜଣାଇଛନ୍ତି,କେସ ନଂ ୩୫/୨୦ରେ ଏକ ମକଦ୍ଦମା ରୁଜୁ ହୋଇ ୮ଜଣଙ୍କୁ ଗିରଫ କରି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି ।