ହରିୟାନାରୁ ଉଦ୍ଧାର ପାଇଥିବା କନ୍ୟା ଶିଶୁଶ୍ରମିକଙ୍କୁ,ଗଜପତି ପ୍ରଶାସନ ଅଢେଇଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା)-ହରିୟାନାରୁ ଉଦ୍ଧାର ପାଇଥିବା ଗଜପତି ଜିଲ୍ଲାର ଜଣେ କନ୍ୟା ଶିଶୁ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛନ୍ତି । ଗଜପତି ଜଲ୍ଲା ମୋହନା ଅଞ୍ଚଳର ଜଣେ ଶିଶୁଶ୍ରମିକଙ୍କୁ ବାହାର ରାଜ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ଅଢେଇଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯାଇଛି । କନ୍ୟାଶିଶୁ ଜଣକ ହରିୟାନା ରାଜ୍ୟର ରୋହତକ ସହରରେ ଜଣେ ବ୍ୟକ୍ତିଙ୍କ ଘରେ ୭ବର୍ଷ କାମ କରିବା ପରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡିଥିଲା । ୨୦୧୮ ମସିହାରେ ଗଜପତି ଜିଲ୍ଲା ପ୍ରଶାସନ ଏ ବିଷୟରେ ଖବର ପାଇ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଓ ରୋହତକର ସ୍ଥାନୀୟ ପ୍ରଶାସନର ମିଳିିତ ଉଦ୍ୟମରେ ଉକ୍ତ ଶିଶୁକୁ ଉଦ୍ଧାର କରି ମୋହନାରେ ରହୁଥିବା ତାଙ୍କ ମାଁଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଶିଶୁଟି ୭ବର୍ଷ କାମ କରିଥିଲେ ମଧ୍ୟ ପାରିଶ୍ରମିକ ପାଇନଥିବା ଜଣାପଡିଥିଲା । ଗଜପତି ପ୍ରଶାସନ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ରୋହତକର ସହେଯାଗରେ ଶିଶୁର ପାରିଶ୍ରମିକ ବାବଦକୁ ଅଢେଇଲକ୍ଷ ଟଙ୍କା ଜରିମାନା ଆକାରରେ ଆଦାୟ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଢେଇଲକ୍ଷ ଟଙ୍କା ଉଦ୍ଧାର ଶିଶୁର ମାଁଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗଜପତି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଓ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ