ସମାଜସେବୀ ସନ୍ତୋଷଙ୍କ କରୋନା ସଚେତନତା ସହ ମାସ୍କ, ସାନିଟାଇଜର ବୀତରଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ବୁଧବାର ଆୟବା ପଂଚାୟତର ବାଲିଗୋଠରେ ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରି ମାଗଣାରେ ମାସ୍କ ଓ ସାନିଟାଇଜର ବୀତରଣ କରିଥିଲେ । ପରେ ସଦର ଥାନା ଅଂଚଳରେ ପୋଲିସ କର୍ମଚାରୀ ଓ ଅଧିକାରୀମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନକରି ୫ନମ୍ବର (କ) ଜାତୀୟ ଜାତୀୟ ରାଜପଥର ଅଳାବାଙ୍କ ଛକରେ ଡେରାବିଶି ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଭାଇମାନଙ୍କୁ ବିନା ମୂଲ୍ୟରେ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ଏହାପରେ ଛତା ଛକ,ଡେରାବିଶି ବଜାର ଛକରେ ଦାଇତ୍ୱ ନିର୍ବାହ କରୁଥିବା ପୋଲିସ କର୍ମଚାରୀମାନଙ୍କୁ ଓ ପରେ ମୁକୁନ୍ଦପୁର,ଓରଗଳା ଓ ଚାନ୍ଦୋଳ ଠାରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରି ମାଗଣାରେ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ସଂକ୍ରମଣ ଭୟରେ କେହି ଘର ବାହାରକୁ ଆସୁନଥିବା ବେଳେ ବେହେରା ସମାଜସେବା ପାଇଁ ନିଜ ଜୀବନକୁ ବିପନ୍ନ କରି ଏଭଳି ସେବା ଜନସାଧାରଣଙ୍କୁ ଯୋଗାଇ ଦେଇ ଆସୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ