ସମାଜସେବୀ ସନ୍ତୋଷଙ୍କ କରୋନା ସଚେତନତା ସହ ମାସ୍କ, ସାନିଟାଇଜର ବୀତରଣ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ଗତ ୨୫ତାରିଖ ଠାରୁ ଜିଲ୍ଲାଦର ବିଭିନ୍ନ ପଂଚାୟତର ଗ୍ରାମ ଗୁଡିକରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରିବା ସହିତ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବୀତରଣ କରୁଥିବା ଦେଖାଯାଇଛି । ବେହେରା ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର, ସନ୍ୟାସପୁର, ବରହମପୁର, ଏରା ପୁରୁଷୋତ୍ତମପୁର, କୋରୁଆ, ମାନପାଟଣା, ବହଡିହ, ଠାକୁରଡିହ, କଂସାର ପଂଚାୟତର ଚନ୍ଦନପୁର, କାଙ୍କଦିଆ, ସାହାସପୁର, ଏଣ୍ଡର, ଫୋରଡ, ହଳଦିଡିହ, ଓସ୍ତପୁର ପଂଚାୟତର ସାରଙ୍ଗ, ବୀରସ୍ୱତୀ, ଆୟବା ପଂଚାୟତର ବାଲିଗୋଠ ସମେତ କେନ୍ଦ୍ରାପଡା ବ୍ଲକଛକ, ଟାଉନବଳରାମପୁର, ଡେରାବିଶି ଥାନାଛକ, ଅଳାବାଙ୍କ, ନିଳକଣ୍ଠପୁର, ଚାନ୍ଦୋଳ, ଡେରାବିଶି ବ୍ଲକ ଛକ ପ୍ରଭୃତିରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେବା ସହିତ ମାସ୍କ ଓ ସାନିଟାଇଜର ବାଂଟିଥିଲେ । ଏଥିସହିତ ଟାଉନ ଥାନା, ସଦର ଥାନା, ଡେରାବିଶି ଥାନା,ମାର୍ଶାଘାଇ ଥାନାରେ ମଧ୍ୟ ଥାନା ଅଧିକାରୀ ପୋଲିସ କର୍ମଚାରୀ ଓ ଅଧିକାରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରି ସାରା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛନ୍ତି । ସହରର ବିଭିନ୍ନ ବଜାର ଛକରେ ଦାଇତ୍ୱ ନିର୍ବାହ କରୁଥିବା ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ମାଗଣାରେ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ସଂକ୍ରମଣ ଭୟରେ କେହି ଘର ବାହାରକୁ ଆସୁନଥିବା ବେଳେ ଓ ଜିଲ୍ଲା ପ୍ରଶାସନର ସହଯୋଗ ବିନା ଶ୍ରୀ ବେହେରା ସମାଜସେବା ପାଇଁ ନିଜ ଜୀବନକୁ ବିପନ୍ନ କରି ଏଭଳି ସେବା ଜନସାଧାରଣଙ୍କୁ ଯୋଗାଇ ଦେଇ ଆସୁଥିବାର ଦେଖିବାକୁ ମିଳିଛି । ଆଜି ସୁଦ୍ଧା ବେହେରା ୧୭ହଜାର ମାସ୍କ ଓ ୧୪ଶହ ସାନିଟାଇଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୀତରଣ କରିଥିବା ଜଣାପଡିଛି ।


