କରୋନା ପାଇଁ ୨୦୦ କିମି ସାଇକଲରେ ଯାତ୍ରା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭୁବନେଶ୍ୱର ଠାରୁ ପ୍ରାୟ ୨୦୦ କିଲୋମିଟର ସାଇକେଲ ଚଳାଇ ଗାଁରେ ପହଞ୍ଚି ଲେ ୫ ବ୍ୟକ୍ତି । କରୋନା ସଂଦିଗ୍ଧ ପାଞ୍ଚ ବ୍ୟକ୍ତି ଙ୍କୁ ଗ୍ରାମବାସୀ ଗାଁରେ ପଶିବାକୁ ଦେଇନଥିଲେ । ସେମାନଙ୍କୁ ସ୍କୁଲ ବାରଣ୍ଡାରେ ରଖି ଖାଇବାକୁ ଦେଇଥିଲେ । ସକାଳୁ ସେମାନଙ୍କୁ ପଞ୍ଚାୟତ ର କରେଣ୍ଟାଇନ କୁ ପଠାଯାଇଛି ।ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗେରେଡା, ପ୍ରତାପୁର ଓ ଅଢେଇଗାଁ ପଞ୍ଚାୟତର ପାଞ୍ଚ ଜଣବ୍ୟକ୍ତି ଭୁବନେଶ୍ୱର ର ଭରତପୁର ଠାରେ ମୂଲିଆ ଓ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । କରୋନା ପାଇଁ ଲକଡାଉନ କାରଣରୁ ଓ ଭୁବନେଶ୍ବର ରେ ଦିନକୁଦିନ କରୋନା ବୃଦ୍ଧି ପାଉଥିବା କାରଣରୁ ଭୟଭୀତ ହୋଇ କୈଣସି ଯାନବାହନ ନଥିବାରୁ ସାଇକଲରେ ୨୦ ଘଣ୍ଟାରୁ ଉର୍ଦ୍ଧସମୟ ଯାତ୍ରା କରି ସେମାନେ ଗାଁରେ ପହଁଚି ଥିଲେ । ନିଜ ପରିବାର ର ଗାଁର ତଥା ନିଜର ସୁରକ୍ଷା ପାଇଁ ଗାଁ କୁ ନ ପଶିବା ସକାଶେ ଗ୍ରାମବାସୀ ବୁଝାଇ ସେମାନଙ୍କୁ ସ୍କୁଲ ବାରଣ୍ଡାରେ ରହିବା ବ୍ୟବସ୍ଥା କରାଇ ସେମାନଙ୍କୁ ଖାଦ୍ୟ ଯୋଗାଇ ଥିଲେ । ସକାଳୁ ସେମାନେ ନିଜ ପଞ୍ଚାୟତର କରୋଣ୍ଟାଇନ ଗୃହ ଅଭିମୁଖେ ଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ