ଚିତା ପ୍ରଜାତିର ହରିଣ ଉଦ୍ଧାର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ସୋରଡ଼ା ବନାଞ୍ଚଳ ଅଧିନ ଖାରିକୋଟି ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଚିତା ପ୍ରଜାତିର ହରିଣ ଉଦ୍ଧାର ।ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେବା ପରେ ବନ ଅଧିକାରୀ ପହଞ୍ଚି ପୋଖରୀରେ ପଡିରହିଥିବା ହରିଣ କୁ ଉଦ୍ଧାର କରିଥିଲା ପେଟରେ ଗଭୀର ଆଘାତ ଲାଗିଥିବାରୁ ପ୍ରବଳ ରକ୍ତଶ୍ରାବ ହୋଉଥିଲା।ଶିକାରୀ ଗୁଳିରେ ଗୁରୁତର ହୋଇଥିବା ଅନୁମାନ କରାଯାଉଛି।ତୁରନ୍ତ ବନ ବିଭାଗ ଅଧିକାରୀ ସୋରଡ଼ା ପ୍ରାଣୀ ଚିକତ୍ସାଳୟରେ ଭର୍ତି କରିଥିଲେ। ଡାକ୍ତର ସେଠାରେ ହରିଣ ଟିକୁ ଚିକତ୍ସା କରିବା ପରେ ପେଟର ଦୁଇ ପାର୍ଶ୍ଵରେ ଗୁଳି ବିଦ୍ଧ ଚିହ୍ନ ଥିବା ଦେଖିଥିଲେ।ଗୁଳି ଟି ବାଜି ବାହାରି ପଡିଥିବାରୁ ଭାଗ୍ୟ ବଶତଃ ହରିଣ ଟି ଦୌଡ଼ି ପଳି ଆସିଛି।ତାର ଚିକିତ୍ସା ପରେ ହରିଣ ଟି ର ଅବସ୍ଥା ଭଲ ରହି ଥିବାରୁ ବନ ବିଭାଗ କୁ ହସ୍ତାନ୍ତର କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ