ବିଶୋଧନ ହେଲା ଛେନାପଦି ମାର୍କେଟ
ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣ ରୋକିବା ପାଇଁ ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଦିନ ହେଲା ହାଟଡିହି ଓ ଛେନାପଦି ବଜାରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ହାଟଡିହି ବ୍ଲକ କାର୍ଯ୍ୟାଳୟ, ହାଟଡିହି ମେଡିକାଲ, ସଢ଼ା ମେଡିକାଲ, ବ୍ୟାଙ୍କ ପ୍ରଭୃତି ଅଞ୍ଚଳ କ୍ଲୋରିନଯୁକ୍ତ ଦ୍ରବଣ ସିଞ୍ଚନ କରାଯାଇ ବିଶୋଧନ କରାଯାଇଥିବାବେଳେ ଆଜି ଛେନାପଦି ବଜାର ଓ ସମସ୍ତ ଏଟିଏମକୁ ବିଶୋଧନ କରାଯାଇଛି । ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ସୂର୍ଯ୍ୟମଣୀ ନାୟକ, ହାବିଲଦାର ସୁରେଶ କୁମାର ଜେନା, କପିଳାଶ ନାୟକଙ୍କ ନେତୃତ୍ୱରେ ମାନଭଞ୍ଜନ ସାହୁ, ଭାବଗ୍ରାହୀ ବେହେରା, ରାକେଶ ସେନାପତି, ଗୋବିନ୍ଦ ଭୋଇ, ମହିମା ଦଳେଇ, ସତ୍ୟବ୍ରତ ବାରିକ ପ୍ରମୁଖ ଆଗ୍ନିକମାନେ ବିଶୋଧନ କାର୍ଯ୍ୟରେ ସାମିଲ ହୋଇଥିଲେ ।