ମିଶନଶକ୍ତିର କାର୍ଯ୍ୟ ପ୍ରଶଂସନୀୟ : ଉପ ଜିଲ୍ଲାପାଳ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରେନା ଭୁତାଣୁ ସଂକ୍ରମଣକକୁ ସ୍ଥାନୀୟ ଅଂଚଳକୁ ରୋକିବା ସକାଶେ ସ୍ଥାନୀୟ ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ । ଏହି ପରିପ୍ରେକ୍ଷୀରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ପ୍ରାୟତଃ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଛି । ଲକଡ଼ାଉନକୁ ଆଖି ଆଗରେ ରଖି ମିଶନଶକ୍ତି, ହିଂଜିଳିକାଟୁ ବ୍ଳକର ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ବଡ଼ଖଣ୍ଡି ପଂଚାୟତ ଗୋପିନାଥପୁର ଗ୍ରାମର ଚକାନୟନ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ଅଂଚଳର ୧୧୪ ଜଣ ଅସହାୟ ବ୍ୟକ୍ତି ବିଶେଷଙ୍କ ସକାଶେ ପ୍ରତ୍ୟେହ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ନନ୍ଦିକ ସିଂହବାହୀନି ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ରାଜ୍ୟରେ ପ୍ରଥମେ ମାସ୍କର ଚାହିଦା ପୁରଣ କରିବା ସକାଶେ ସିଲେଇ କରି ଯେଭଳି ଉଦ୍ୟମ କରିଥିଲେ, ତାହା ରାଜ୍ୟସ୍ତରରେ ବହୁ ପ୍ରଂଶସିତ କରାଯାଇଥିଲା । ସଂପୃକ୍ତ ସ୍ୱଂୟ ସହାୟିକା ଗୋଷ୍ଠୀର ୨୦ ଜଣ ମହିଳା ପୋଷାକ ତିଆରି କରୁଥିବା ବେଳେ ଉକ୍ତ ପୋଷାକକୁ ସୁଲଭ ମୂଲ୍ୟରେ ବିଭିନ୍ନ ବିଦ୍ୟାଳୟକୁ ଯୋଗାଇ ଦେଇ ଆସୁଥିଲେ । କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ଗୋଷ୍ଠୀର ମହିଳା ମାନେ ଦିନରାତି ଏକାକାର କରି ମାସ୍କ ତିଆରି କରିବା ସହ ସୁଲଭ ମୁଲ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଆସୁଛନ୍ତି । ପରିଶ୍ରମ ବାବଦରେ ମିଳୁଥିବା ଲାଭାଂଶ ବାବଦରେ ୫ ହଜାର ଟଙ୍କା ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଥିଲେ । ସେହିପରି ଗଣ୍ଡଳା ସ୍ୱଂୟ ସହାୟିକା ଗୋଷ୍ଠୀ ସମେତ ଅନ୍ୟାନ ସ୍ୱଂୟ ସାହିକା ଗୋଷ୍ଠୀର କାର୍ଯ୍ୟଶୌଳୀକୁ ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଶନିବାର ହିଂଜିଳି ଗ୍ରସ୍ତରେ ଆସି ଭୂୟସୀ ପ୍ରଂଶସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ