ଘରେରହି ମା’ଙ୍କୁ ପୂଜା କରିବା,ଆଉ ସୁରକ୍ଷିତ ରହିବା

ବୁଗୁଡା,(ଅନିଲ କୁମାର ମହାରଣା):ସୋମବାର ଦିନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧି ଦଣ୍ଡଯାତ୍ରର ଶେଷ ଦିନ ସଂକ୍ରାନ୍ତି ମେରୁ ଯାତ୍ରା । ମା’କାଳୀଙ୍କ ପ୍ରତି ଜନତାଙ୍କ ଆଗାଢ଼ ଭକ୍ତି। ଦିନସାରା ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହନ୍ତା ସମସ୍ତ ଦଣ୍ଡକାଳୀ ମନ୍ଦିର ଗୁଡିକରେ। ହେଲେ ସବୁଠି ଦେଖିବାକୁ ମିଳିଛି ମନ୍ଦିର ପୀଠରେ ନିର୍ଜନତା।ବାଲିପଦର ପୋଲସ ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କ ନିର୍ଦ୍ଦେଶରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ହୋଇଥିଲା ” ଘରେରହି ମା’ଙ୍କୁ ପୂଜାକରିବା,ଆଉ ସୁରକ୍ଷିତ ରହିବା”।ତତ୍ ସଙ୍ଗେ ବଣପଲ୍ଲୀ, ଏ କରଡ଼ାବାଡ଼ି, ପୋଚାଲୁଣ୍ଡି, ଗହଙ୍ଗୁ, ବକସିପଲ୍ଲୀ ଓ ତାଳସାକର ଏହି ୬ ଟି ଦଣ୍ଡକାଳୀ ମନ୍ଦିର ଗୁଡିକରେ ଫାଣ୍ଡି ଅଧିକାରୀ ଶ୍ରୀ ପୂଜାରୀଙ୍କ ନେତୃତ୍ୱରେ କଡା ପୋଲିସ ପ୍ରହରା ଯୋଗୁଁ କେଉଁଠି ମଧ୍ୟ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ପୂଜକ ଏକାକି ମନ୍ଦିରରେ ପୂଜାକରି ମା’ଙ୍କ ବିଧାନ ସମାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ