୧୦୬୮ଟଙ୍କାର କିଟ୍କାଟ୍

ଯଦି ଆପଣ ଚକୋଲେଟ୍ ଖାଇବାର ସୌଖୀନ୍ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର । ପ୍ରସିଦ୍ଧ କମ୍ପାନୀ ନେସ୍ଲେ ଜାପାନରେ ଗୋଟିଏ ନୂଆ ପ୍ରଡ଼କ୍ଟ ଲଞ୍ଚ କରିଛନ୍ତି । ଏହି ପ୍ରଡ଼କ୍ଟ ହେଉଛି ଗୋଟିଏ ଚକୋଲେଟ୍ । କିନ୍ତୁ ଏହା ଏକ ସାଧାରଣ ଚକୋଲେଟ୍ ନୁହେଁ । ସୁନାରେ ପ୍ରସ୍ତୁତ ଚକୋଲେଟ୍ । ନେସ୍ଲେ ଏହି ଚକୋଲେଟ୍ର ଉତ୍ପାଦନ କମ୍ପାନୀର ଚକଲେଟ୍ରୀ ବୁଟିକ୍ ପାଇଁ କରିଛନ୍ତି । ଏହାକୁ ଖାଇବା ଯୋଗ୍ୟ କରିବା ପାଇଁ ସେଥିରେ ସୁନାରେ ପତଳା କୋର୍ଟ ଦିଆଯାଇଛି । ଏବେ ଚକୋଲେଟ୍କୁ ୱାନ୍ ଫିଙ୍ଗର କିଟ୍କାଟ୍ ଚକୋଲେଟ୍ ଆକାରରେ ଲଞ୍ଚ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ଡିସେମ୍ବରର ଶେଷ ଆଡ଼କୁ ୫୦୦ ଚକୋଲେଟ୍କୁ ଜାପାନ୍ର ୮ଟି କିଟ୍କାଟ୍ ବୁଟିକ୍ରେ ବିକ୍ରି କରିବେ । ସୁନାର ପରସ୍ତ ପଡ଼ିଥିବା ଏହି ଚକୋଲେଟ୍ର ଜାପାନ ମୂଲ୍ୟ ୨,୦୧୬ୟେନ୍(୧୬ଡଲାର)ଦାମରେ ବିକ୍ରି କରାଯିବ । ଯାହାର ଭାରତୀୟ ମୂଲ୍ୟ ୧.୦୬୮ଟଙ୍କା ହେବ । ଜାପାନରେ ନେସଲେ ୩୦ପ୍ରକାରର କିଟ୍କାଟ୍ ବିକ୍ରି କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ