କ୍ଲେରୋମିନ୍ ଯୁକ୍ତ ଖାଦ୍ୟ ହାନିକାରକ
ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ କ୍ଲେରୋମିନ୍ ଯୁକ୍ତ ଖାଦ୍ୟ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି କ୍ଲୋରୋମିନ୍ ଯୁକ୍ତ ଖାଦ୍ୟ ଓ ଲୁଣ ପ୍ରତିକ୍ରିୟା କରି ଏଭଳି ଏକ ହାନିକାରକ ରସାୟନ ନିର୍ମାଣ କରୁଛନ୍ତି, ଯାହା ଆପଣଙ୍କୁ ଡାକ୍ତରଖାନାରେ ପହଞ୍ଚାଇଦେବ ।ଗବେଷକମାନେ ଅନେକ ଅଣୁମାନଙ୍କର ସନ୍ଧାନ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ନୂଆ ଓ କ୍ଲୋରୋମିନ୍ ଯୁକ୍ତ ପାଣି ଓ ଖାଦ୍ୟରେ ଥିବା ଆୟୋଡ଼ିନ୍ ଯୁକ୍ତ ଲୁଣ ମଧ୍ୟରେ ପ୍ରତିକ୍ରିୟାରୁ ସୃଷ୍ଟି ହୋଇଛନ୍ତି । ପାଣିକୁ ସ୍ୱଚ୍ଛ କରିବା ପାଇଁ ସେଥିରେ କ୍ଲୋରିନ୍ କିମ୍ବା କ୍ଲୋରୋଏମିନ୍ସର ଅଣୁ ମିଶାଯାଇଥାଏ । ଗବେଷକଙ୍କ ମତରେ ପାଇପ୍ ପାଣିରେ ଉପସ୍ଥିତ ଥିବା କ୍ଲୋରିନ୍ କିମ୍ବା କ୍ଲୋରୋଏମିନ୍ସ ଆୟୋଡ଼ିନ୍ ଲୁଣ ସହ ପ୍ରତିକ୍ରିୟା କରି ହାଇପୋଆୟୋଡ଼ସ୍ ଏସିଡ଼ ନିର୍ମାଣ କରିଥାଏ । ଯାହା ସାଧାରଣତଃ ହାନିକାରକ ନୁହେଁ । କିନ୍ତୁ ଯେତେବେଳେ ଏସିଡ଼ ଖାଦ୍ୟ ରାନ୍ଧିବା ସମୟରେ ପାଇପ୍ ପାଣିରେ ଉପସ୍ଥିତ ଅଣୁ ଓ ଅନ୍ୟ କାର୍ବନିକ୍ ପଦାର୍ଥ ସହିତ ପ୍ରତିକ୍ରିୟା କରିଥାଏ । ସେତେବେଳେ ସେଥିରେ ହାନିକାରକ ଆୟୋଡ଼ିନ୍ ଯୁକ୍ତ ଜୀବାଣୁ ନାଶକ ତିଆରି ହୋଇଥାଏ । ହଂକଂ ୟୁନିଭରସିଟିର ସହାୟକ ପ୍ରଫେସର ଡା. ଶିୟାଂଗ୍ରୁ ଝାଂଗଙ୍କ ଅନୁସାରେ ଖାଦ୍ୟ ବନାଇବା ସମୟରେ ସୃଷ୍ଟି ହେଉଥିବା ଆଇଡିବିପି ପର୍ଯ୍ୟାବରଣୀୟ ରସାୟନବିଦ୍ ଓ ଇଞ୍ଜିନିୟର ମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ । ତେଣୁ ଗବେଷକମାନେ ବିଭିନ୍ନ ପାଇପ ପାଣିକୁ ବିଭିନ୍ନ ତାପମାତ୍ରାରେ ରଖି ସେଥିରେ ଆୟୋଡ଼ିନ୍ ଲୁଣ ମିଶାଇ ପରୀକ୍ଷା କରିଥିଲେ । ଅତି ଆଧୁନିକ ପ୍ରକ୍ରିୟା ବ୍ୟବହାର କରି ସେମାନେ ସେଥିରୁ ୧୪ ଅଣୁକୁ ଚିହ୍ନିପାରିଥିଲେ ଯାହା ୫୦-୨୦୦ଗୁଣା ଅଧିକ କ୍ଷତିକାରକ ।


