ଫିକା ପଡ଼ିଲା ପଣା ସଂକ୍ରାନ୍ତି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଫିକା କରିଦେଇଛି କରୋନା । ଆଜିର ଏହି ଦିନରୁ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଛି । ଓଡ଼ିଆ ନବ ବର୍ଷରୁ ନୂତନ ପାୟ୍‌ଜି ମଧ୍ୟ ପ୍ରଚଳନ ହୋଇଥାଏ । ଉତ୍କଳୀୟ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତି ଦିନ ଠାକୁରଙ୍କୁ ପଣା ଲାଗି କରାଯାଇଥାଏ । ଓଡ଼ିଶାରେ ଆଜିର ଦିବସରେ ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ଅତି ପ୍ରିୟ ତୁଳସୀ ବୃକ୍ଷ ମୂଳରେ ପଣା ସମର୍ପଣ କରାଯାଇଥାଏ । ଏହା ସହ ବିଭିନ୍ନ ଦେବାଦେବୀ ମନ୍ଦିରରେ ପଣା ଭୋଗର ବିଧି ରହି ଆସିଛି । ବେଲ, ଛେନା, କ୍ଷୀର, କଦଳୀ, ନଡ଼ିଆ, ବିଭିନ୍ନ ପ୍ରକାରର ପାଚିଲା ଫଳ ସମେତ ଗୋଲମରିଚ ଆଦି ମିଶ୍ରଣ କରାଯାଇ ପଣା ପ୍ରସୃତ କରାଯାଏ । ଘର ସମ୍ମୁଖରେ ପୂଜା ପାଉଥିବା ବୃନ୍ଦାବତୀଙ୍କ ପାଖରେ ଛାମୁଡ଼ିଆ କରାଯାଇ ଏକ ମାଟିପାତ୍ର ଝଲାଯାଇ ଜଳରଖି ତାର ନିମ୍ନ ଅଂଶରେ ସରୁ କ୍ଷୁଦ୍ର କରି ସୁକ୍ଷ୍ମ ଧାରରେ ଜଳଧାରାରେ ଜଳଲାଗି କରାଯାଇଥାଏ । ଓଡ଼ିଆ ମାନେ ବେଶ ଉତ୍ସାହର ସହ ଏହି ପଣା ସଂକ୍ରାନ୍ତି ପାଳନ କରିଥାନ୍ତି । ପଣା ସଂକ୍ରାନ୍ତି ଅବସରରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଯୁବଗୋଷ୍ଠୀ ବିଭିନ୍ନ ପ୍ରଜାତିର ପଣା ପ୍ରସ୍ତୁତ କରି ବଂଟନ କରୁଥାନ୍ତି । ମାତ୍ର ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ପଣା ବଂଟନ କାର୍ଯ୍ୟକ୍ରମ ଫିକା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ