ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୦୦ ଟପିଲା
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଅଣାୟତ୍ତ ରହିଥିବାବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏଯାବତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୨୩କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୧୨ ହଜାର ୪୫୬ ରହିଥିବାବେଳେ ଚିକିତ୍ସାଧୀନରେ ଅଛନ୍ତି ୧୦,୫୨୦ । ସେହିପରି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି ୧୫୧୩ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୧୮୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୫୩ଜଣ, ଗୁଜୁରାଟରେ ୩୩, ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୧୮, ଆନ୍ଧ୍ର ଓ ତାମିଲନାଡୁରେ ୧୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।


