ଝଡର ଇଗଲ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସରେ ରାଇରଙ୍ଗପୁର ବିଜେଡି ତରଫରୁ ରକ୍ତଦାନ ଶିବିର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ଉତ୍କଳୀୟଙ୍କ ପ୍ରାତଃ ସ୍ମରଣୀୟ ସବୁଠାରୁ ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୩ ତମ ଶ୍ରାଦ୍ଧ ଦିବସ ରାଇରଙ୍ଗପୁର ବିଜେଡି ତରଫରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏଥିପାଇଁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତରଫରୁ ‘ଜୀବନ ବିନ୍ଦୁ’ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ମୟୂରଭଂଜ ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମଙ୍କ ବଳିଷ୍ଠ ନେତୃତ୍ବରେ କରାଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୦ ଜଣ ବରିଷ୍ଠ,ଯୁବ,ଛାତ୍ର ରକ୍ତଦାନ କରିଥିଲେ ଏବଂ ସମସ୍ତେ ମାସ୍କ ପିନ୍ଧିବା ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇଥିଲେ । ଏଥିରେ ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ,ବୁଲୁ ପଟ୍ଟନାୟକ, ରତିକାନ୍ତ ପରୀକ୍ଷା, କଳି ପଣ୍ଡା,ଦିପ୍ତୀମାନ ବଳ, ଗଣେଶ ମିଶ୍ର,ବିକାଶ ମହାନ୍ତ,ଦିପକ ମିଶ୍ର, ପ୍ରକାଶ ମହାନ୍ତ, ଅଭିମନ୍ୟୁ ବେହେର,ସିମୁଳିଆ ମାଟିଆ,ସତ୍ୟଜିତ,ସିଲୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ଡ଼ଃ ପବିତ୍ର ପ୍ରତ୍ୟୁଷ ମିଶ୍ର, ଜିଲ୍ଲାର ଜୁନିଅର ରେଡକ୍ରସ ଅଫିସର ସ୍ମୃତି ରଂଜନ ପାଣି,,ଜଳେନ୍ଦ୍ର ନାଥ ରଣା ପ୍ରମୁଖ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ