ଘର ଆଗରୁ ବାଇକ ଚୋରି ଥାନାରେ ଲିଖିତ ଅଭିଯୋଗ

ନାଉଗାଁ, ,(ଯୁଗାବ୍ଦ ନ୍ୟୁଜ୍ ):ନାଉଗାଁ ଥାନା ଅନ୍ତର୍ଗତ କାନୁନଗୋସାହି ଗ୍ରାମର ପରେଶ କୁମାର ସାହୁଙ୍କର ବାଇକ ଚୋରି ଯାଇଥିବା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପରେଶ ତାଙ୍କ ହିରୋହୁଣ୍ଡା ପ୍ୟାଶନ ପ୍ଳସ ଗାଡି ନଂ ଓଆର୨୧ଏ୮୮୩୨କୁ ରାତିରେ ଘର ବାରଣ୍ଡାରେ ଲକ କରି ରଖିଥିଲେ । ସକାଳୁ ଦେଖିଲା ବେଳକୁ ଗାଡି ନଥିଲା । ବହୁତ ଖୋଜା ଖୋଜି କଲା ପରେ ଗାଡି ମିଳି ନଥିଲା । ଏହାପରେ ଏସଂକ୍ରାନ୍ତରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ