କଦଳୀପତ୍ର ଖାଇଲେ ମିଳେ ଅନେକ ଉପକାର
କଦଳୀପତ୍ରରେ ଖାଇବା ଆମର ଏକ ପରମ୍ପରା ରହିଆସିଛି । ସାଧାରଣତଃ କଦଳୀପତ୍ରକୁ ଶୁଭ ବୋଲି ଧରାଯାଏ । ଏହି ପତ୍ର କେବଳ ଶୁଭ ନୁହେଁ, ଏଥିରେ ଖାଇଲେ ବହୁ ଉପକାର ମଧ୍ୟ ମିଳିଥାଏ । କଦଳୀ ପତ୍ରକୁ ସଫା କରିବା ପାଇଁ ପଡ଼େ ନାହିଁ । କେବଳ ଖାଇବା ପୂର୍ବରୁ ପାଣିରେ ଧୋଇ ଏଥିରେ ଖାଇପାରିବେ । ବାସନରେ ଖାଇଲେ ମାଜିବାକୁ ପଡ଼ିଥାଏ । ତଥାପି ଏଥିରେ ଜୀବାଣୁ ରହିବାର ସମ୍ଭାବନା ଥାଏ । କିନ୍ତୁ କଦଳୀପତ୍ରରେ ଖାଇଲେ ଏସବୁ ସମସ୍ୟା ରହେ ନାହିଁ?
ଆଣ୍ଟି ଅକ୍ସିଡାଣ୍ଟ: କଦଳୀପତ୍ରରେ ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ରହିଛି । ଏଥିରେ ଖାଇଲେ ଆଣ୍ଟି ଅକ୍ସିଡେଣ୍ଟ ଅବଶୋଷଣ ହୋଇ ଖାଦ୍ୟ ମାଧ୍ୟମରେ ଶରୀର ମଧ୍ୟକୁ ଯାଇଥାଏ ଏବଂ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ।
ଖାଇବାର ସ୍ୱାଦ ବଢ଼ାଇଥାଏ: କଦଳୀପତ୍ରରେ ଏକ ପ୍ରକାର ଭେକ୍ସ କୋଟିଂ ଥାଏ । ଯେଉଁଥିରେ ଏକ ବିଶେଷ ସ୍ୱାଦ ରହିଥାଏ । ଏଥିରେ ଗରମ ଖାଦ୍ୟ ପରଷିବା ଦ୍ୱାରା ଏହି ଭେକ୍ସ ତରଳି ଖାଦ୍ୟକୁ ସୁସ୍ୱାଦୁ କରିଥାଏ ।


