ଗୋରୁମହିଷାଣୀରେ ଝୁଲନ୍ତା ଯୁବକର ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ରୁଆଁସି ଗ୍ରାମର ମଙ୍ଗଳୁ ମହାକୁଡ଼ ଘର ବାହାରେ ଥିବା ନିମ୍ବ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ମଙ୍ଗଳବାର ଦିନ ଝୁଲନ୍ତା ଯୁବକର ମୃତ ଦେହ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି ।ସର୍ବଗ୍ରାସି ମହାମାରୀ’କରୋନା’ପାଇଁ ଆଜି ସବୁଆଡେ ଲକ୍ ଡାଉନ୍ । ଅର୍ଥାଭାବ,ହାତରେ କାମଧନ୍ଦା ନାହଁ, ପାରିବାରିକ ସମସ୍ୟା ବିଭିନ୍ନ ପରିସ୍ଥିତି ନେଇ ମାନସିକ ଚାପରେ ମଣିଷ ସମାଜ ଗତି କରୁଛି । ଏଭଳି ବିପଦ ସମୟରେ କେଉଁ ପରିସ୍ଥିତିରେ ମଣିଷ କଣ କଣ ଘଟଣା ଘଟାଇବାକୁ ଆପଣେଇ ନେଉଛନ୍ତି ତାହା ମା’ ଗଙ୍ଗେ ଜାଣନ୍ତି!


