ବ୍ୟାଙ୍କରେ ପ୍ରବଳ ଭିଡ ଯୋଗୁଁ ପୋଲିସ ପ୍ରଶାସନର ମୁଣ୍ଡବିନ୍ଧା ବଢୁଛି
କୋଦଳା,(ଗୁଲସନ୍ କୁମାର କର):ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ମହିଳାଙ୍କ ଜନଧନ ଖାତାକୁ ୫୦୦ ଟକାଂ ଲେଖାଏଁ ଆସିଛି। ହେଲେ ଏହି ଅର୍ଥ ରାଶି ପାଇବାକୁ ବ୍ୟକ୍ତି ମାନଙ୍କରେ ସକାଳୁ ସକାଳୁ ଗହଳି କରୁଛନ୍ତି ମହିଳା। ମହିଳାଙ୍କ ଏହି ଅସମ୍ଭାଳ ଭିଡ ପୋଲିସ ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି କରୁଛି ଏବଂ ଟେନସନ୍ ବଢାଇ ଦେଇଛି। ବେଗୁନିଆପଡ଼ା ଇଣ୍ଡିଆନ୍ ଓଭରସିସ୍ ବ୍ୟାଙ୍କରେ ଏଭଳି ଭିଡ ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ସ୍ଥାନୀୟ ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା ନିଜେ ବ୍ୟାଙ୍କ କୁ ବାରମ୍ବାର ଯାଇ ଲୋକଙ୍କୁ ସଚେତନ କରାଇବା ସହ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ତଥାପି ଲୋକେ ସୁଧୁରୁ ନଥିବା ଦେଖିବାକୁ ମିଳୁଛି। ବୁଧବାର ମଧ୍ୟ ଓଭରସିସ୍ ବ୍ୟାଙ୍କରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା। କେହି ବି ନିୟମ ମାନିବାକୁ ସତେ ଯେମିତି ନାରାଜ୍ ଥିଲେ। ସୁରକ୍ଷା କର୍ମୀ ଓ ବ୍ୟାଙ୍କ କର୍ମଚାରୀ ମଧ୍ୟ ନିରୁପାୟ ଥିଲେ। ଅନ୍ୟ ଯୋଜନାରେ ଅର୍ଥ ଉଠାଇବା ପାଇଁ ମଧ୍ୟ ଲୋକେ ବ୍ୟାଙ୍କ ଭିତରକୁ ଯିବା ପାଇଁ ଠେଲାପେଲା ହେଉଥିଲେ। ବ୍ୟାଙ୍କ କର୍ତୃପକ୍ଷଙ୍କ କହିବା ହେଲା ବ୍ୟାଙ୍କ ଭିତରେ ସମସ୍ତ ପ୍ରକାର ନିତୀନିୟମ ପାଳନ କରାଯାଉଛି, ବାହାର ଭିଡ ନିୟନ୍ତ୍ରଣ କରିବା ଆମ ହାତରେ ନାହିଁ।


