ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଆଲୋଚନା କଲେ କେନ୍ଦ୍ରାପଡା ବ୍ଲକର ସରପଂଚ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ରୁମରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଭିଡିଓ କନଫରେନ୍ସ ରୁମରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ସହିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସରପଂଚ ଶ୍ରମତୀ ମହାନ୍ତି ପ୍ରଥମେ ଶପଥ ପାଠ କରି ତାଙ୍କ ପଂଚାୟତରେ କରୋନାକୁ ରୋକିବା ପାଇଁ ସରକାର ପ୍ରଦାନ କରିଥିବା ଦାୟୀତ୍ୱକୁ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହିତ ପାଳନ କରିବାକୁ ଅଙ୍ଗିକାର ବଧ ହୋଇଥିଲେ । ଅନ୍ୟ ରାଜ୍ୟରୁ ପଂଚାୟତର ଗାଁ ଗୁଡିକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଂଟାଇନରେ ରଖିବା, ସେମାନଙ୍କ ରହିବା,ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା, କରୋନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସବୁ ପଦକ୍ଷେପକୁ ନିଜ ପଂଚାୟତର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କଡାକଡି ଭାବରେ ପାଳନ କରିବାକୁ ଓ ତାଙ୍କ ପଂଚାୟତରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଇଥିଲେ ସରପଂଚ ମହାନ୍ତି । ପରେ ମୁଖ୍ୟମନ୍ତ୍ରୀଙ୍କୁ ପଂଚାୟତରେ ରାସନ ସାମଗ୍ରୀ ବଂଟନ, ରାସନକାର୍ଡ ଧାରୀଙ୍କୁ ଏକହଜାର ଟଙ୍କାର ଆର୍ଥିକ ସହାୟତା ବଂଟନ, ଭତ୍ତା ବଂଟନ, ୮୦ବର୍ଷରୁ ଉର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ କରୋନା ୟୁଟିଲିଟି ବଂଟନ, ରନ୍ଧା ଖାଦ୍ୟ ବଂଟନ, ପଂଚାୟତରେ ହୋଇଥିବା ଆଇସୋଲେସନ ଗୃହ ପ୍ରଭୃତି ସମ୍ପର୍କରେ ଅବଗତ କରାଇଥିଲେ । କରୋନାର ମୁକାବିଲା ନିମନ୍ତେ ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିବା ନିଷ୍ପତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ କୃତ ଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ସରପଂଚ ମହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ