ଓଏସଆରଟିସି କର୍ମଚାରୀଙ୍କ ୩୬ ଦିନ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନର ସମାଧାନ

ଗଞ୍ଜାମ ଜିଲ୍ଲା ଭଂଜନଗର ଓଏସଆରଟିିସି ବସ କର୍ମଚାରୀ ଙ୍କ ୩୬ ଦିନ ଧରି ଚାଲିଥିବା କାର‌୍ୟ୍ୟବନ୍ଦ ଆନ୍ଦୋଳନ ର ସମାଧାନ ଘଟିଛି।ଗଞ୍ଜାମ ଜିଲ୍ଲାପାଳ ଏବଂ ଓଏସଆଟିସି ଜେନେରାଲ ମ୍ୟାନେଜର ଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ରୁ ଓହରିଛନ୍ତି କର୍ମଚାରୀ ମାନେ। ମିଳିନଥିବା ୭ ମାସ ର ଦରମା ଅତି ଶୀଘ୍ର କର୍ମଚାରୀ ମାନେ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।ଭଞ୍ଜନଗର ୟୁନିଟ୍ ରୁ ଚଳାଚଳ କରୁଥିବା ସମସ୍ତ ରୁଟ ର ବସ୍ କୁ ଅତିଶୀଘ୍ର କାର‌୍ୟ୍ୟକ୍ଷମ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆନ୍ଦୋଳନ ରୁ ଓହରିବା ସହିତ ସମସ୍ତ ରୁଟ ର ବସ୍ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭଞ୍ଜନଗର କର୍ମଚାରୀ ।ଆସନ୍ତା କାଲି ଠାରୁ ଭଞ୍ଜନଗର ୟୁନିଟ୍ ରୁ ସମସ୍ତ ରୁଟ ର ବସ୍ ଚଳାଚଳ କରିବ ବୋଲି ଭଞ୍ଜନଗର ଓଏସଆରଟି ୟୁନିଟ ଇନଚାର୍ଜ ଧିରେନ କୁମାର ଦାସ ପ୍ରତିକ୍ରିୟା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ