ବ୍ଳକସ୍ତରୀରୟ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ସଚେତନତା କାର୍ଯ୍ୟକ୍ରମ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବୁଧବାର ଦିନ ବ୍ଳକସ୍ତରୀରୟ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଗୋପିନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷ ଗିତାଂଜଳି ପଣ୍ଡା, ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର, ଥାନା ଏସ.ଆଇ, ମମତା ସାମନ୍ତରାୟ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନି ପ୍ରମୂଖ ମଂଚାସୀନ ଥିଲେ । ତହସିଲଦାର କୁଅଁର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଞାପନ କରିବା ସହ ନିୟମ ଓ ଅଧିକାର ମଧ୍ୟରେ ମତପାର୍ଥକ୍ୟ ନେଇ ସରଳଭାଷାରେ ବାଖ୍ୟା କରିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରୁ ବିଭିନ୍ନ ପ୍ରକ।।ର ପ୍ରମାଣପତ୍ର କିପରି ସହଜ ସୁବିଧାରେ ମିଳିପାରରିବ ଓ କେତେ ଦିନ ମଧ୍ୟରେ ମିଳିବ ଓ ଏହାର ପ୍ରକିୟା ଏବଂ କେତେ ସମୟ ମଧ୍ୟରେ ଉପଲବ୍ଧ ହୋଇପାରିବ ସେ ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସ୍ଥାୟୀ ବାସିନ୍ଦା ପ୍ରମାଣପତ, ଆୟ ପ୍ରୟମାଣପତ୍ର, ଜାତିଗତ ପ୍ରମାଣପତ୍ର ପ୍ରଭୃତି ପ୍ରମାଣପତ୍ର ଆବେଦନ କରିବା ପାଇଁ ଅନଲଶଇନ ମାଧ୍ୟମରେ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରାଯାଉଛି, କିନ୍ତୁ ବହୁ ସମୟରେ ଇଂଟରନେଟ ସୁବିଧା ଉପବଲବ୍ଧ ହୋଇ ପାରୁନଥିବବା ଯୋଗୁଁ ଅଫ୍ ଲାଇନ ମାଧ୍ୟମରେ ମଧ୍ୟ ଆବେଦନ କରି ଏହାର ସୁଯୋଗ ନେବା ପାଇଁ ତହସିଲଦାର କୁଅଁର କହିଥିଲେ ।କାର୍ଯ୍ୟକ୍ରମରେ ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଲଡ଼ୁକିଶୋର ପଣ୍ଡା, ପ୍ରଶରୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଡ଼ାକ୍ତର ମାଧବ କୁମାର ସାହୁ, ସବରେଜିଷ୍ଟାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଲଡ଼ୁକିଶୋର ପାତ୍ର, ରାଜସ୍ୱ ନିରୀକ୍ଷକ ସୁପରଭାଇଜର ଏସ. ପୁରୁଷୋତମ ରେଡ୍ଡି, ସିମାଂଚଳ ସ୍ୱାଇଁ, ତାରା ପ୍ରସାଦ ମିଶ୍ର, ଫରେଷ୍ଟର ପ୍ରଦୀପ କୁମାର ପଣ୍ଡାଙ୍କସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।