ସୁରେଶ ହତ୍ୟାକାଣ୍ଡ ଘଟଣାରେ ୫ ଅଭିଯୁକ୍ତ ଗିରଫ

ରାୟଗଡା ପୋଲିସ କୁ ମିଳିଛି ସଫଳତା । ଗତ ୧୫ ତାରିଖରେ ରାୟଗଡା ଜିଲ୍ଲା କସ୍ତୁରୀ ନଗରରେ କଲେଜ ଛାତ୍ର ସୁରେଶ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ । ଏହି ଘଟଣାର ଠିକ୍ ୫ ଦିନ ପରେ ରାୟଗଡା ପୋଲିସ ପଞ୍ଝାରେ ୫ ଜଣ ଅଭିଯୁକ୍ତ ପଡିଛନ୍ତି । ଗିରଫ ମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ରହିଥିବା ବେଳେ ଆଉ ଦୁଇ ଜଣଙ୍କ ପରିଚୟ ନିରଞ୍ଜନ ବିଡିଲା ଓ ପବନ କଲ୍ୟାଣ ବୋଲି ଜଣାପଡିଛି । ଉଭୟଙ୍କ ଘର ରାୟଗଡା ବୁଦ୍ରାୱାଲାସା ଅଂଚଳର ବୋଲି ଜଣାପଡିଛି । ପ୍ରେମ ଘଟଣାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ରାୟଗଡା ଏସପି ଡ. ଶ୍ରବଣ ବିବେକ ସାମ୍ବାଦି୍କ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ