ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୩୫ତମ ବୈଠକ ଅନୁଷ୍ଠିତ

• ଜାତୀୟ ମୁନାଫା ନିରୋଧୀ ପ୍ରାଧିକରଣର କାର୍ଯ୍ୟକାଳ ୨ ବର୍ଷକୁ ବୃଦ୍ଧି
• ବିଟୁବି କାରବାର ଲାଗି ହେବ ଇଲେକଟ୍ରୋନିକ ଇନଭଏସ ବ୍ୟବସ୍ଥା

ବସ୍ତୁ ଓ ସେବା କର (ଜିଏସଟି) ପରିଷଦର ୩୫ତମ ବୈଠକ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ନୂତନ ସରକାର ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପରିଷଦର ପ୍ରଥମ ବୈଠକ । ବୈଠକରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ଏବଂ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ପେସାଦାର ଢଙ୍ଗରେ ହୋଇଥିଲା । ବୈଠକ ପ୍ରାରମ୍ଭରେ ପରିଷଦ ପକ୍ଷରୁ ସର୍ବସମ୍ମତ ସଂକଳ୍ପ ପାରିତ କରାଯାଇ ଜିଏସଟି ପରିଷଦର ପୂର୍ବତନ ଅଧ୍ୟକ୍ଷ ଅରୁଣ ଜେଟଲୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରାଯାଇଥିଲା ଏବଂ ଜିଏସଟି ପରିଷଦକୁ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ପ୍ରତିଷ୍ଠିତ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପ୍ରତି କୃତଜ୍ଞତା ବ୍ୟକ୍ତ କରାଯାଇଥିଲା । ପରିଷଦ ପକ୍ଷରୁ ବିଦାୟୀ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରାଯିବା ସହିତ ନୂଆ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ଉତରାଖଣ୍ଡର ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରକାଶ ପନ୍ତଙ୍କ ଅକାଳ ବିୟୋଗରେ ପରିଷଦ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଥିଲା । ବୈଠକରେ ୧୨ଟି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । କେତେକ ନିୟମିତ ଥିଲା, ଯଥା ୩୪ତମ ଜିଏସଟି ପରିଷଦ ବୈଠକର ସାରାଂଶ ଅନୁମୋଦନ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ୧୨ ମାର୍ଚ୍ଚ, ୨୦୧୯ ଏବଂ ୧୧ ଜୁନ ୨୦୧୯ ମଧ୍ୟରେ ଜାରି ହୋଇଥିବା ବିଜ୍ଞପ୍ତି, ସୂଚନାପତ୍ର ଏବଂ ନିର୍ଦ୍ଦେଶନାମାକୁ ପରିଷଦ ଦ୍ୱାରା ସଂଶୋଧନ କରିବା, ଜିଏସଟି କାର୍ଯ୍ୟାନ୍ୱୟନ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତି ଉପରେ ଆଲୋକପାତ କରିବା ଆଦି । ବସ୍ତୁ ଓ ସେବା ଟିକସ ଆବେଦନ ଟ୍ରିବ୍ୟୁନାଲ ବେଂଚ ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ରାଜ୍ୟରେ କ୍ଷେତ୍ର ଏବଂ ଅଂଚଳ ନିର୍ଦ୍ଧାରଣ କରିବା ଲାଗି ପରିଷଦ ନିଷ୍ପତି ନେଇଥିଲା । ସିକ୍କିମ, ନାଗାଲାଣ୍ଡ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶ ପାଇଁ ଗୋଟିଏ ରାଜ୍ୟ ବେଂଚ ସ୍ଥାପନ ଲାଗି ନିଷ୍ପତି ନିଆଯାଇଥିଲା । ଦୁଇ ବର୍ଷ ପାଇଁ ଜାତୀୟ ମୁନାଫାଖୋର ନିରୋଧୀ ପ୍ରାଧିକରଣର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।
ବିଟୁବି କାରବାର ଲାଗି ପର୍ଯ୍ୟାୟକ୍ରମେ ଇଲେକଟ୍ରୋନିକ ଇନଭଏସ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପରିଷଦ ନିଷ୍ପତି ନେଇଥିଲା । ଇ-ଇନଭଏସିଂ ଏକ ଦ୍ରୁତ ପ୍ରଗତିଶୀଳ ପ୍ରଯୁକ୍ତି ଯାହା ଟିକସଦାତାମାନଙ୍କୁ ଟିକସ ଉପଯୁକ୍ତ ପ୍ରକ୍ରିୟାର ବ୍ୟାକୱାର୍ଡ ଇଂଟିଗ୍ରେସନ ଏବଂ ସ୍ୱୟଂକ୍ରିୟତାରେ ସହାୟକ ହୋଇପାରିବ । ଏହାମଧ୍ୟ ଟିକସ କର୍ତୃପକ୍ଷଙ୍କୁ ଟିକସ ଫାଙ୍କି ମାମଲାର ନିରାକରଣରେ ସହାୟକ ହେବ । ପ୍ରଥମ ପର୍ଯ୍ୟାୟ ସ୍ୱେଚ୍ଛାକୃତ ହେବ ଏବଂ ଏହା ଜାନୁଆରୀ ୨୦୨୦ ଠାରୁ ଲାଗୁ ହେବ ।

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୩୫ତମ ବୈଠକ  ଅନୁଷ୍ଠିତ
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୩୫ତମ ବୈଠକ ଅନୁଷ୍ଠିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ