ଅଳିଆ ଆବର୍ଜନାରୁ ତିଆରି ହେବ ସଡ଼କ

ଦୁନିଆରେ ଏମିତି କିଛି ସମସ୍ୟା ରହିଛି ଯାହାର ସମାଧାନ ଆବିଷ୍କାର ଓ ପ୍ରୟୋଗ ପରେ ହିଁ ସମ୍ଭବ ହୋଇପାରିଛି । ଅଷ୍ଟ୍ରେଲିଆରେ କିଛି ଏମିତି ପ୍ରୟୋଗ କରାଯାଉଛି । ଯଦି ଏହି ପ୍ରୟୋଗ ସଫଳ ରୁହେ ତେବେ ଅଳିଆ ଆବର୍ଜନାର ସମସ୍ୟା ଆଉ ରହିବ ନାହିଁ । ଆଷ୍ଟ୍ରେଲିଆର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର ସିଡ୍ନି ଦୁନିଆରେ ପ୍ରଥମ ଥର କୋଇଲାରେ ଚାଲୁଥିବା ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ଓ ଷ୍ଟିଲ ପ୍ଲାଣ୍ଟରୁ ବାହାରୁଥିବା ଅଳିଆ ଆବର୍ଜନା ବ୍ୟବହାର କରି ସଡ଼କ ନିର୍ମାଣ ଲାଗି ଯୋଜନା କରାଯାଉଛି । ଏହି ପଦକ୍ଷେପ ନେବା ପରେ ପ୍ରଦୂଷଣ କମିବ ଓ ସଡ଼କ ନିର୍ମାଣ ପାଇଁ କଂକ୍ରିଟ୍ ଉତ୍ପାଦନ ସମୟରେ ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗତ ବି କମ୍ ହେବ । ପୂରା ବିଶ୍ୱ ପାଇଁ ଗ୍ଲୋବାଲ୍ ୱାର୍ମିଂ ବହୁତ ବଡ଼ ସମସ୍ୟା ହୋଇଯାଇଛି । ଗ୍ଲାବାଲ ୱାର୍ମିଂରେ ଗ୍ରିନ୍ ହାଉସ୍ ଗ୍ୟାସ୍ ବହୁତ ବଡ଼ ଭୂମିକା ନିଭାଇ ଥାଏ । ଯଦି ଏହି ପ୍ରୟୋଗ ସଫଳ ହୁଏ, ତେବେ ଏକା ସଙ୍ଗେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଶିଳ୍ପରୁ ବାହାରୁଥିବା ଆବର୍ଜନାରୁ ଜଳ ପ୍ରଦୂଷଣ ବି ହୋଇଥାଏ । ଏମିତିରେ ପାଣିରେ ରହୁଥିବା ଜୀବ ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିଥାଏ । ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିିଥାଏ । ଯଦି ଏହି ଆବର୍ଜନା ସଡ଼କ ବନାଇବାରେ ବ୍ୟବହାର ହୋଇଯିବ, ତେବେ ଜଳ ପ୍ରଦୂଷଣରୁ ରକ୍ଷା ପାଇ ହେବ । ଫଳରେ କଂକ୍ରିଟ୍ ବ୍ୟବହାର ବି କମ୍ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ