ଭିନ୍ନ ଏକ ଗ୍ରାମ : ସମସ୍ତେ ରାନ୍ଧନ୍ତି ସୌରଚୁଲାରେ

ସୌରଶକ୍ତିର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମ ଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ସମସ୍ତେ ସୌରଚୁଲା ବ୍ୟବହାର କରୁଛନ୍ତି । ମଧ୍ୟପ୍ରଦେଶର ବେତୁଲ୍ ଜିଲ୍ଲା ସ୍ଥିତ ବାଞ୍ଚା ହେଉଛି ଦେଶର ପ୍ରଥମ ଗ୍ରାମ, ଯେଉଁଠି ଶତକଡ଼ା ୧୦୦ ଭାଗ ପରିବାର ଖାଦ୍ୟ ରନ୍ଧିବା ପାଇଁ ସୌରଚୁଲା ବ୍ୟବହାର କରୁଛନ୍ତି । ସେହି ଗ୍ରାମର ସମସ୍ତ ୭୫ଟି ଯାକ ଘରେ କେହି ମଧ୍ୟ କାଠ ଚୁଲି କିମ୍ବା ଏଲ୍ପିଜି ସିଲିଣ୍ଡର ବ୍ୟବହାର କରୁ ନାହାନ୍ତି । ରନ୍ଧନ କାର୍ଯ୍ୟ ପାଇଁ ସେହି ଗ୍ରାମର ଲୋକମାନେ ମଧ୍ୟ ଆଉ କାଠ କାଟୁନାହାନ୍ତି । ସେହି ଗ୍ରାମ ପାଇଁ ୨୦୧୭ ମସିହା ସେପ୍ଟେମ୍ବର ମାସରେ ସୌର ଚୁଲା ପ୍ରକଳ୍ପ ଆରମ୍ଭ ହୋଇଥିଲା ଓ ୨୦୧୮ ଡିସେମ୍ବର ମାସରେ ଏହା ଶେଷ ହୋଇଥିଲା । ବିନା ପ୍ରଦୂଷଣ ଓ ବିନା ଏଲ୍ପିଜି ବ୍ୟବହାର କରି ଏଠାକାର ସମସ୍ତେ ବେଶ ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ