ଚାରିଗାଁ ଜେନାସାହିରେ ମାକ୍ସ ବାଣ୍ଟିଲା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ଜେନାସାହିରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ ମାକ୍ସ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ସଂପାଦକ ଗୋପିନାଥ ଦାଶ ଘର ଘର ବୁଲି ଲୋକ ମାନଙ୍କୁ ମାକ୍ସ ବଣ୍ଟନ କରିଥିଲେ । ଏଥିସହ ସଂନିରୀକ୍ଷଣ ସର୍ଭେ କାର୍ଯ୍ୟରେ ନିୟୋଜିତ ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ମଧ୍ୟ ମାକ୍ସ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ବନମାଳୀ ବେହେରା, ସବ୍ଜୋନ୍ ଦାୟୀତ୍ୱରେ ଥିବା ସୁପରଭାଇଜର ସଙ୍ଗୀତାରାଣୀ ପାଣିଗ୍ରାହୀ ସାମିଲ ଥିଲେ । ପ୍ରକାଶ ଥାଉକି, ଚାରିଗାଁରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯିବା ସହିତ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।


