ରାଇଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଡଃ ପ୍ରଦୀପ ମିଶ୍ରଙ୍କ ଦାୟିତ୍ଵ ଗ୍ରହଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ‘କରୋନା’ ପାଇଁ ଲକ୍ ଡାଉନ୍ ଜାରି ରହିଛି । ଏହାକୁ ନେଇ ସ୍କୁଲ ,କଲେଜ ଛୁଟି । ଏଭଳି ପରିସ୍ଥିତିରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସିତାକାନ୍ତ ବେହେରାଙ୍କର ଅବସର ୩୦-୦୪-୨୦୨୦ ରେ ହୋଇଯାଇଛି ।ସେ ଜଣେ ଦକ୍ଷ ଶିକ୍ଷା ପ୍ରଶାସକ,ମେଳାପି ଓ ଛାତ୍ରବତ୍ସଳ ଥିଲେ ।ସେ ତାଙ୍କର ଦାୟିତ୍ଵକୁ ଐତିହାସିକ ଶିକ୍ଷାବିତ୍ ଡଃ ପ୍ରଦୀପ ମିଶ୍ରଙ୍କୁ ଗୁରୁବାର ଦିନ ହସ୍ତାନ୍ତରିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ ରାମ,ରବି ଶତପଥି, ଅବନୀ ନାୟକ,ଆରତୀ ପଟ୍ଟନାୟକ,ବୁଲୁ କୁମ୍ଭାର,ଠାରୁ ମାରାଣ୍ଡି, ମହେନ୍ଦ୍ର ସାହୁ,ଭାଗବତ ନନ୍ଦ, ଗଣେଶ୍ୱର ମହାନ୍ତ,ଅମିତ ଗୋପାଲ,ପ୍ରଭାବିତ ମହାନ୍ତି,ଦିପିକା ମହାରଣା,ମାୟା ଓ ସସ୍ମିତା ପ୍ରଯୁକ୍ତି ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଡ଼ଃ ପ୍ରଦୀପ ମିଶ୍ରଙ୍କୁ ମାସ୍କ ପିନ୍ଧିବା ସାମାଜିକ ଦୂରତ୍ବ ରଖି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଡଃ ମିଶ୍ର ମଧ୍ୟ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜେ ସତଚେଷ୍ଟା କରିବା ସହ ଅଧ୍ୟାପକ/ଅଧ୍ୟାପିକା/କର୍ମଚାରୀ/ମହାବିଦ୍ୟାଳୟର କମିଟି ଏବଂ ଶିକ୍ଷାର୍ଥୀ ମାନଙ୍କର ସହଯୋଗ କାମନା କରିଥିଲେ ।


