କରୋନାରୁ ସୁସ୍ଥ ପରେ ଏଭଳି କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଅତି ସଂକଟଜନକ ସ୍ଥିତିରେ ଉପଯୁକ୍ତ ଚିକିତ୍ସା ପାଇ ଏବେ ସୁସ୍ଥ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ତକ୍ରାଳୀନ ଡାକ୍ତରଖାନା ଅନୁଭୂତିକୁ ପ୍ରକାଶ କରିଛନ୍ତି କରୋନା ଆକ୍ରାନ୍ତ ହୋଇ ଗତ ମାସ ୫ ତାରିଖରେ ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିଥିବା ୫୫ ବର୍ଷୀୟ ବୋରିସ ଲଣ୍ଡନ ସ୍ଥିତ ସେଣ୍ଟ ଥମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପରିକି ସେଠାରେ ଭେଣ୍ଟିଲେଟର ସହାୟତାରେ ଥାଇ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଦେଖି ଡାକ୍ତରମାନେ ବାଧ୍ୟ ହୋଇ ଏକରକମ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଘୋଷଣା ପାଇଁ ସଜବାଜ ହେଉଥିଲେ ବୋଲି ବୋରିସ ‘ଦି ସନ’କୁ ସାକ୍ଷାତକାର ଦେଇ କହିଛନ୍ତି । ତେବେ ବଞ୍ଚିବାର ସମସ୍ତ ଆଶା ଛାଡି ଦେଇଥିବା ଜନସନ ସ୍ୱାସ୍ଥ୍ୟକର୍ମୀମାନଙ୍କ ଅତୁଳନୀୟ ଚିକିତ୍ସା ସେବାରେ ଅଲୌକିକ ଭାବେ ସୁସ୍ଥ ହୋଇ ସପ୍ତାହକ ପରେ ଗତ ୧୨ ତାରିଖରେ ଘରକୁ ଫେରିଥିଲେ ବୋଲି ଭାବପ୍ରବଣ ହୋଇ ନିଜର ଅନୁଭୂତି ବଖାଣିଛନ୍ତି । ସେଣ୍ଟ ଥମାସ ହସ୍ପିଟାଲର ଆଇସିୟୁ ଭିତରେ ପ୍ରଥମେ ପ୍ରଥମେ ତାଙ୍କର ରହଣି କାଳ ଭିତରେ ଡାକ୍ତରମାନଙ୍କ ଯାବତୀୟ ଉଦ୍ୟମ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟତମ ଉନ୍ନତି ଦେଖାଯାଉନଥିଲା । ଏହି ଦୁଃସାଧ୍ୟ ରୋଗର ଉପଶମ ପାଇଁ କୌଣସି ଔଷଧ ଉପଲବ୍ଧ ହେଉନଥିବା ସମ୍ପର୍କରେ ବୋରିସ ଆଗରୁ ଅବଗତ ଥିବାରୁ ଏହି ଏହି ସମସ୍ୟା ତାଙ୍କୁ ବେଶୀ ବେଶୀ ବିବ୍ରତ କରିପକାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ