ସମଗ୍ର ଶିକ୍ଷା କାର୍ଯାଳୟ ର କର୍ମଚାରୀ ଙ୍କ କୋଭିଡ -୧୯ ଫଣ୍ଡ କୁ ୯୦ହଜାର ୮୦୦ ସହାୟତା
ଛତ୍ରପୁର,(ଓ୍ବାଇଏନ୍ଏସ୍):ଗଞ୍ଜାମ ଜ଼ିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଯଥା -ଡିପିସି ଅଫିସ କର୍ମଚାରୀ ଏବଂ ବ୍ଲକ ଅଫିସ ରେ କାର୍ଯ୍ୟରତ ଆକାଉଣ୍ଟlଣ୍ଟ, ବିଆରଟି, ଏମଆଇସି ଷ୍ଟାଫ ମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ଙ୍କ କୋଭିଡ -୧୯ ଫଣ୍ଡ କୁ ୯୦ ହଜାର ୮୦୦ ଟଙ୍କା ଜ଼ିଲ୍ଲା ଶିକ୍ଷାଅଧିକାରୀ ଅମୁଲ୍ୟ କୁମାର ପ୍ରଧାନ ଙ୍କ ଜରିଆରେ ପ୍ରଦାନ କରିଛନ୍ତି l ଏଥି ନିମନ୍ତେ ଡିପିସି ବିନିତା ସେନାପତି ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l


