ବିଜେପି ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ
ହାଟଡ଼ିହି (ଓ୍ବାଇଏନ୍ଏସ୍) : ଗତ ପାଞ୍ଚଦିନ ତଳେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ଥ ହୋଇଥିବା ଡିମିରିଆ ଗ୍ରାମର ବିପନ୍ନ ପରିବାର ଗୁଡିକୁ ବିଜେପି ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି । ଗ୍ୟାସ ଲିକ ଯୋଗୁଁ ଡିମିରିଆ ଗ୍ରାମର ଦୁଇଟି ପରିବାରର ୯ବଖରା ଘର ଜଳିଯିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । କେବଳ ପିନ୍ଧାବସ୍ତ୍ର ଖଣ୍ଡିକ ବ୍ୟତିତ ଅନ୍ୟ କେଯଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା । ଆଜି ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ହରମୋହନ ଶାସିନି, ବଳଭଦ୍ର ବାରିକ, ରବିନ୍ଦ୍ର ମଲ୍ଲିକ, ରମାକାନ୍ତ ନାୟକ, ତୁଷାର ମହାପାତ୍ର, ଆଲୋକ ଦାସ, ପ୍ରଶାନ୍ତ ସା, ପର୍ଶୁରାମ ଜେନା, ରାଜେଶ ସେଠୀ, ସୌଭାଗ୍ୟ ଖଣ୍ଡେଇ ପ୍ରମୁଖ ଗ୍ରାମରେ ପହଞ୍ଚି ସୁବାସ ପ୍ରଧାନ ଓ ଖଗେଶ୍ୱର ପ୍ରଧାନଙ୍କ ପରିବାରକୁ ବସ୍ତ୍ର, ଖାଦ୍ୟ ଓ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ବିପନ୍ନ ପରିବାରକୁ କିପରି ସରକାରଙ୍କ ତରଫରୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ସେନେଇ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।


