ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇ ହରଡଘଣାରେ ଅଙ୍ଗନବାଡିକର୍ମୀ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇ ଗଜପତି ଜିଲ୍ଲାର ଜଣେ ଅଙ୍ଗନବାଡିକର୍ମୀ ହରଡଘଣାରେ ପଡିଛନ୍ତି । ଲକ୍‌ଡାଉନ୍ ବେଳେ ଉପରସ୍ତ ଅଧିକାରୀଙ୍କ ବିନା ଅନୁମତିରେ ନିଜ ଇଚ୍ଛା ଅନୁଯାୟୀ ତଥ୍ୟ ପ୍ରଦାନ କରିବା ନେଇ ସମ୍ପୃକ୍ତ ଅଙ୍ଗନବାଡିକର୍ମୀଙ୍କୁ କାରଣ ଦର୍ଶଅ ନୋଟିସ ଜାରି ହୋଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ କୁମାରୀ ସୁଚିସ୍ମିତାଙ୍କୁ କାଶୀନଗର ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କୈଫୟତ ମଗାଯାଇଛି । ବର୍ତ୍ତମାନ ଲକ୍‌ଡାଉନ୍ ଚାଲିଥିବା ବେଳେ ଅଙ୍ଗନବାଡି କର୍ମୀ ମାନଙ୍କୁ ବାହାରେ ରହୁଥିବା ଶ୍ରମିକଙ୍କ ତାଲିକା ପ୍ରସ୍ତୁତ ପାଇଁ ଦାୟିତ୍ୱ ଦିଆଯାଇଛି । ତେବେ ସେ ଗତ ୩୦.୪.୨୦୨୦ଦିନ କାର୍ଯ୍ୟାଳୟର ବିନା ଅନୁମତିରେ ଗଣମାଧ୍ୟମ ଦ୍ୱାରା ଲୋକମାନଙ୍କୁ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରିଥିଲେ । ଯାହା ବେଆଇନ ଅଟେ ବୋଲି ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସୁଚାଇ ଅଙ୍ଗନବାଡିକର୍ମୀଙ୍କୁ ତାହାର କାରଣ ଏବଂ କୈଫୟତ ପ୍ରଦାନ କରିବା ପାଇଁ ନୋଟିସ କରିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ