ପାଦଚଲାରେ ଆନ୍ଧ୍ରର ବିଜୟଓା୍ୱଡାରୁ ଗଜପତି ଫେରୁଛନ୍ତି ୨୦ ଶ୍ରମିକ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଭୟଙ୍କର କରୋନା ସଂକ୍ରମଣ ନେଇ ସାରା ଭାରତରେ ଲକ୍‌ଡାଉନ୍ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ସୁଦୂର ବିଜୟୱାଡା ଠାରୁ ଗଜପତି ଜିଲ୍ଲାର ୨୦ଜଣ ପ୍ରବାସୀ ଓଡିଆ ଶ୍ରମିକ ପାଦଚଲାରେ ଗଜପତି ଜିଲ୍ଲା ଆସୁଥିବା ଖବର ମିଳିଛି । ଏହି ୨୦ଜଣ ଗତ ୪/୫ଦିନ ତଳେ ବିଜୟଓା୍ୱଡା ଠାରୁ ପାଦଚଲାରେ ବାହାରିଛନ୍ତି । ବିଜୟଓା୍ୱଡା ଠାରୁ ଗଜପତି ଜିଲ୍ଲାର ଦୂରତା ପ୍ରାୟ ୮ଶହ କିଲୋମିଟର ଅଟେ । ଏହି ୨୦ଜଣିଆ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ମଧ୍ୟରୁ ଅଭିନାଶ ଭୂୟାଁ କହିଛନ୍ତି ଆଜି ସେମାନେ ଶ୍ରୀକାକୁଲମ ଜିଲ୍ଲାରେ ପହଞ୍ôଚଛନ୍ତି । ଖବର ଲେଖିବା ସୁଦ୍ଧା ଗଜପତି ଜିଲ୍ଲା ଠାରୁ ବର୍ତ୍ତମାନ ଏମାନେ ପ୍ରାୟ ୭୦କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ଆସନ୍ତାକାଲି ଏମାନେ ଗଜପତି ଜିଲ୍ଲା ପହଞ୍ôଚବା ସମ୍ଭାବନା ରହିଛି । ଏହି ୨୦ଜଣ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ୧୭ଜଣ ଓ ରାୟଗଡ ବ୍ଲକରୁ ୩ଜଣ ଶ୍ରମିକ ଚାଲି ଚାଲି ଫେରୁଛନ୍ତି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି କେବଳ କରୋନା ନେଗେଟିଭ୍ ଓଡିଶା ଫେରିବେ । ଓଡିଶାକୁ ଫେରିବା ପୂର୍ବରୁ କୋଭିଡ୍ ଟେଷ୍ଟ ବାଧ୍ୟତା ମୂଳକ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଫେରି ଆସୁଥିବା ଏହି ୨୦ଜଣ ଗଜପତିର ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ପାଇଁ ଗଜପତି ପ୍ରଶାସନ କେଉଁ ପଦକ୍ଷେପ ଗ୍ରହଣ କରିବେ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ