ଲକ୍‌ଡ଼ାଉନ୍‌ରେ ଚର୍ଚ୍ଚ ଖୋଲିବା ମହଙ୍ଗା ପଡ଼ିଲା

ମୋହନା, (ଅଂଶୁମାନ ପଣ୍ଡା): ସାରା ରାଜ୍ୟରେ କରୋନା ବଢ଼ି ଚାଲିଥିବା ବେଳେ ଏହାଠାରୁ ରକ୍ଷା ପାଇବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଲକ୍‌ଡ଼ାଉନ୍ ବା ତାଲାବନ୍ଦର ନିର୍ଦ୍ଦେଶ ଦେବା ସହ ଏହି ସମୟରେ ଧାର୍ମିକ ଅନୁଷ୍ଠାନ ତଥା ମନ୍ଦିର, ଚର୍ଚ୍ଚ ଓ ମସ୍‌ଜିଦ୍‌ରେ କେହି ଏକତ୍ରିତ ହୋଇପାରିବେ ନାହିଁ ବୋଲି ମଧ୍ୟ ନିୟମ କରିଛନ୍ତି । ଏହି ନିୟମକୁ ଯିଏ ଉଲଂଘନ କରୁଛି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ରାଜ୍ୟ ସରକାର କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୋହନା ବ୍ଲକ୍ ତେନ୍ତୁଳିଖୁଂଟିଗାଁରେ ଥିବା ଚର୍ଚ୍ଚରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥିଲେ । ତେବେ କୌଣସି ସୂତ୍ରରୁ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଖବର ପାଇ ଉକ୍ତ ସ୍ଥାନରେ ପହଂଚିଥିଲେ । ପରେ ଏନେଇ ମୋହନା ଥାନରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ