ବିଜେଡି ଯୁବ ସଭାପତିଙ୍କ ଦ୍ୱାରା ମାସ୍କ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମାସ୍କ ବାଣ୍ଟିଥିବା ସୁଚନା ମିଳିଛି । ଏହି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମପଞ୍ଚାୟତରେ ଲକ୍ଡାଉନ୍ ଯୋଗୁଁ କାମଧନ୍ଦା ନ ପାଇ ଅଭାବରେ ଥିବା ଲୋକଙ୍କୁ ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ଗ୍ରାମ ଗ୍ରାମ ବୁଲି ଚାଉଳ,ପନିପରିବା ବାଣ୍ଟିବା ସହ କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧାଇଥିଲେ ।


