ମାଓବାଦୀଙ୍କ ସଂଘର୍ଷରେ ୨ ଯବାନ ସହିଦ୍
ବିଜାପୁର : ଛତିଶଗଡର ବିଜାପୁରରେ ମାଓବାବୀ ଓ ସୁରକ୍ଷାବାହିନୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣ ଯବାନ ସହିଦ ହୋଇଛନ୍ତି । ଗୁଳି ବିନିମୟ ସମୟରେ ଜଣେ ସାମ୍ନାକୁ ଆସିବାରୁ ଗୁଳି ମାଡରେ ନାବାଳକର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି । ମାଓବାଦୀଙ୍କ ସଂଘର୍ଷରେ ଜଣେ ସବ୍ ଇନ୍ସପେକ୍ଟର ସମେତ ୨ ଜଣ ଯବାନ ସହିଦ ହୋଇଛନ୍ତି । ଖବର ଅନୁଯାୟୀ ପୋଲିସ ଓ ସୁରକ୍ଷା ବାହିନୀ ଦଳ ପେଟ୍ରୋଲିଂ ବାହାରିଥିବା ସମୟରେ ହଠାତ ୍ ବିଜାପୁର କେଶକୁତୁଲ ନିକଟରେ ନକ୍ସଲ ମାନେ ଅତର୍କିତ ଗୁଳି ଚାଳନା କରିଥିଲେ । ଏହା ପରେ ଯବାନ ମାନଙ୍କ ତରଫରୁ ମଧ୍ୟ ପାଲଟା ଯବାବ ଦିଆଯାଇଥିଲା । ଆହାତ ଯୁବକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ।


