କନ୍ଧମାଳ, ଦୂଷିତ ଜଳପାନ କରି ୯ ଜଣ ଅସୁସ୍ଥ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଦଳପଡ଼ା ଗ୍ରାମପଞ୍ଚାୟତ ପ୍ରଧାନ ପଡ଼ା ଗ୍ରାମରେ କୂଅରୁ ପାଣି ପିଇ ଲଗାତାର ଝାଡା ହେବାପରେ ୯ ଜଣ ବ୍ୟକ୍ତିଙ୍କୁ ମେଡିକାଲ ରେ ଚିକିତ୍ସା କରାଯାଉଛି। ସୁଚନା ଅନୁଯାୟୀ ଗୁରୁବାର ସକାଳ ସବୁଦିନ ଭଳି ସମସ୍ତେ କୂଅରୁ ପାଣି ନେଇ ବ୍ୟବହାର କରିବା ପରେ ହଠାତ୍ ଗ୍ରାମର ଶାନ୍ତିଲତା ପ୍ରଧାନ,ଶୁରସା ପ୍ରଧାନ, କାମଦାସ ପ୍ରଧାନ,ବାବୁଲା ପ୍ରଧାନ,ଗରୀମା ପ୍ରଧାନ,କୌଶଲ୍ୟା ପ୍ରଧାନ,ମହିପାଳ ପ୍ରଧାନ, ଇଶ୍ୱର ପ୍ରଧାନ, ଶ୍ୟାମଳି ପ୍ରଧାନ ପ୍ରମୁଖ ଙ୍କୁ ବାରମ୍ବାର ଝାଡା ଧରିବା ପରେ ତୁରନ୍ତ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । କିଛି ଦିନ ପୂର୍ବରୁ ହୋଇଥିବା ବର୍ଷା ରେ ବାହାର ଜଳ କୂଅ ଭିତରକୁ ପ୍ରବେଶ କରିଥିବା କାରଣ ରୁ ଏଭଳି ଜଳ ଦୂଷିତ ହୋଇ ସମସ୍ତେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଇଛି।ଘଟଣା ଘଟିବା ପରେ ସୁଚନା ପାଇ ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ଆରଆଇ ଅମିୟ ଭୂଷଣ ରାମ୍ ଏବଂ ମେଡିକାଲ ମୋବାଇଲ ହେଲଥ ୟୁନିଟ ଡାକ୍ତରୀ ଟିମ୍ ପ୍ରମୁଖ ପ୍ରମୁଖ ପ୍ରଧାନପଡ଼ାରେ ପହଞ୍ଚି ଘଟଣା ଅନୁଧ୍ୟାନ ପରେ କୂଅକୁ ବ୍ଲିଚିଂ କରିଥିବା ସହ ଘଟଣା ଉପରେ ନଜର ରଖିଥିବା ଜଣାପଡ଼ିଛି।


