ମୃତକ ଶ୍ରମିକ ପରିବାରକୁ ଶ୍ରମିକଙ୍କ ସହାୟତା

ବୁଗୁଡା(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣରେ ପ୍ରଥମ ମୃତକ ହେଲେ ସୁରାଟ ଫେରନ୍ତା ଶ୍ରମିକ ପ୍ରଫୁଲ କୁମାର ବେହେରା। ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର ଏହି ଶ୍ରମିକ ଜଣକ ଢୁଙ୍କାପଡ଼ା ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଜଣେ ଶ୍ରମିକର ସୁରାଟ ଫ୍ୟାକ୍ଟେରିରେ ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଯେଉଁ ପରିଶ୍ରମ କରେ, ଶ୍ରମିକ ମାନେ ହିଁ ତାହା ଅନୁଭବ କରି ପାରି ଭାଗବାନପୁର ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରଥମ ପର୍ଯ୍ୟାୟରେ ଫେରିଥିବା ୫୭ ଜଣ ଶ୍ରମିକମାନେ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ୩୦୦୦ ଟଙ୍କା ପ୍ରଦାନ କରିଛନ୍ତି ମୃତ୍ୟୁ ବରଣ କରିଥିବା ପ୍ରଫୁଲଙ୍କ ଅସହାୟ ଶୋକକୁଳ ପରିବାରଙ୍କୁ। ସଙ୍ଗରୋଧ କେନ୍ଦ୍ରରେ ଥିବା ଶ୍ରମିକ ମାନଙ୍କ ଏହି ପଦକ୍ଷେପରେ ପ୍ରଭାବିତ ହୋଇ ଭାଗବାନପୁର ପଞ୍ଚାୟତ ସରପଞ୍ଚ ସଶ୍ମିତା ପ୍ରଧାନ ମଧ୍ୟ ମୃତକ ପରିବାରକୁ ସହଯୋଗର ହାତ ବଢ଼ାଇ ପ୍ରଦାନ କରିଥିଲେ ୧୫୦୦ ଟଙ୍କା। ମୋଟ ୪୫୦୦ ଟଙ୍କା ଧରି ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସୁଶାନ୍ତ କୁମାର ପ୍ରଧାନ ମଇ ୧୬ ତାରିଖ ସକାଳେ ମଧୂପଲ୍ଲୀ ଗ୍ରାମରେ ପହଞ୍ଚି ସେଠାର ସରପଞ୍ଚ କସ୍ତୁରୀ କରଣଙ୍କ ପ୍ରତିନିଧି ବସନ୍ତ କରଣଙ୍କ ଉପସ୍ଥିତରେ ସ୍ବର୍ଗତ ପ୍ରଫୁଲଙ୍କ ପରିବାରଙ୍କୁ ୪୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ